ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବିଜୁ ଜନତା ଦଳର ଅନେକ ଟିକେଟ ଆଶାୟୀ ପ୍ରାର୍ଥୀଙ୍କୁ ନିରାଶ କରିଥିଲେ ବିଜୁ ଜନତା ଦଳର ସର୍ବେ ସର୍ବା କୁହାଯାଉଥିବା ବବି ଦାସ । କିନ୍ତୁ ଟିକେଟ ନପାଇ ବ କିଛିି ନିରାଶ ପ୍ରାର୍ଥୀ ବବିଙ୍କୁ ସୁରକ୍ଷା ଦେଉଥିଲେ କାହିଁକି ? ଭୟ ଥିଲା କି ବବି ବାବୁ କିଛି କ୍ଷତି କରିଦେବେ ନା ନିଜ କଳାକାରନାମା କାଳେ ସାମ୍ନାକୁ ଆସିଯିବ ସେ ଡରରେ ବବିଙ୍କୁ ସୁରକ୍ଷା ଦେଉଥିଲେ ? ନିରାଶ ପ୍ରାର୍ଥୀଙ୍କ ତାଲିକା ତ ଅନେକ ଲମ୍ବା ଥିଲା,କାରଣ ବବି ବାବୁଙ୍କୁ କୁଆଡେ ଯେଉଁଠୁ ମୋଟା ଅଙ୍କର ଟଙ୍କା ମିଳୁଥିଲା ବାବୁ ଆମର ସେଇ ମାନଙ୍କୁ ହିଁ ଟିକେଟ ଦେଉଥିଲେ । ଏମିତି କି ଅନେକ ନବାଗତଙ୍କୁ କେବଳ ଟଙ୍କା ନେଇ ଟିକେଟ ଦେଇଥିଲେ ବବି ବାବୁ । ସେଇ ଲମ୍ବା ତାଲିକାରେ ଥିଲେ ପୂର୍ବତନ ମନ୍ତ୍ରୀ ତଥା ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ।ବବି ବାବୁଙ୍କ ସହ କୁଆଡେ ଭାରି ଘନିଷ୍ଠ ଥିଲେ ରଘୁନନ୍ଦନ, ହେବେନି ବା କେମିତି ? ବବି ଦାସଙ୍କ ସରକାରୀ ବାସଭବନ ନିକଟରେ ପରା ଥିଲା ରଘୁନନ୍ଦନଙ୍କ ସରକାରୀ ବାସଭବନ । ଏତେ ଘନିଷ୍ଠ ଥାଇ ବି ବବି ବାବୁ କିନ୍ତୁ ରଘୁନନ୍ଦନଙ୍କୁ ଟିକେଟ ନଦେଇ କରିଥିଲେ ପର । ରଘୁନନ୍ଦନଙ୍କୁ ଧୋକା ଦେଇ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀ ପାଇଁ ଶାରଦା ଜେନାଙ୍କ ଠାରୁ କୁଆଡେ ମୋଟା ଅଙ୍କର ଟଙ୍କା ନେଇ ଟିକେଟ ଦେଇଥିଲେ ବବି ବାବୁ । ବିଚରା ରଘୁନନ୍ଦନ ଆଉ ତାଙ୍କ ସମର୍ଥକ ମାନେ ଶଙ୍ଖ ଭବନ ଦୌଡି ଦୌଡି ଚପଲ ଛିଡିଲା ସିନା କିନ୍ତୁ ଟିକେଟ୍ ମିଳିଲାନି । ଶେଷରେ ବାଧ୍ୟ ହୋଇ ରଘୁନନ୍ଦନ ନବାଗତ ଶାରଦା ଜେନାଙ୍କ ପଛେ ପଛେ ବୁଲିଲେ । ନିଜ ରାଜନୈତିକ ପାଦୁର୍ଭାବ ଓ ଆତ୍ମସମ୍ମାନ ହରାଇ କମ୍ ରାଜନୈତିକ ଜ୍ଞାନ ଥିବା ଶାରଦାଙ୍କ ଶରଣ ପସିବାକୁ ବାଧ୍ୟ ହୋଇଥିଲେ ରଘୁନନ୍ଦନ ।ତେବେ ଏଠି ପ୍ରଶ୍ନ ଉଠୁଛି ରାଜନୀତିରେ ପ୍ରଖର ଜ୍ଞାନ ଥାଇ ବି କାହିଁକି ଶରଣ ପସିବାକୁ ବାଧ୍ୟ ହେଲେ ରଘୁ ? ସେ ଚାହିଁଥିଲେ ଅନ୍ୟ ଦଳ କିମ୍ବା ସ୍ୱାଧୀନ ଭାବେ ବି ଲଢିପାରିଥାନ୍ତେ କିନ୍ତୁ କାହିଁକି ନ ଲଢି ଦଳ ଧୋକା ଦେଲା ପରେ ବି ଦଳ ସହ ଥିଲେ ?କେଉଁ ଭୟ ରଘୁଙ୍କୁ ଦଳରେ କୋଣଠେସା ହୋଇ ରହିବାକୁ ବି ବାଧ୍ୟ କରୁଥିଲା ?ଶୁଣିବାକୁ ମିଳୁଛି ରଘୁ ବାବୁ କୁଆଡେ ୫ ବର୍ଷରେ ନିଜ ନିର୍ବାଚନମଣ୍ଡଳୀ ପାଇଁ କିଛି ଉନ୍ନତି ମୂଳକ କା ର୍ଯ୍ୟ ନକରି ଶହ ଶହ କୋଟି ଟଙ୍କା ହରିଲୁଟ୍ କରିଥିଲେ । କେବଳ ସେତିକି ନୁହେଁ କୁଆଡେ ସାଧାରଣ ଜନତା ଯଦି କୌଣସି ସମସ୍ୟା ନେଇ ତାଙ୍କ ନିକଟକୁ ଯାଉଥିଲେ ତେବେ ସମସ୍ୟା ସମାଧାନ ତ ଦୂରର କଥା ମୁହଁ ଚାହୁଁ ନଥିଲେ ରଘୁ । ତେଣୁ ସେ ଜାଣିଥିଲେ ସେ ଜିତିବେ ତ କେବଳ ବିଜୁ ଜନତା ଦଳ ନାଁରେ ନଚେତ୍ ତାଙ୍କୁ ଭୋଟ ଦେବେନି ଜନତା । ଏହା ଛଡା ରଘୁଙ୍କ ଅନେକ କଳାକାରନାମା ବବିଙ୍କ ସହ ଜଡିତ ଥିଲା ତେଣୁ ଦଳ ଛାଡିଲେ ଫସିଯିବାର ଭୟ ଥିଲା । ଯେବେ ବବି ଦାସଙ୍କ କେଳେଙ୍କାରୀ ସାମ୍ନାକୁ ଆସିଲା ସେବେ ଜଣେ ମହିଳା ସାମ୍ବାଦିକାଙ୍କ ଉପରେ କୁକୁର ଛାଡି ବବିଙ୍କୁ ସୁରକ୍ଷା ଦେଉଥିଲେ ରଘୁ ।କାରଣ ତାଙ୍କୁ ଭୟ ଥିଲା ବବିଙ୍କ ପରେ ତାଙ୍କ କଳାକାରନାମାର ବି ପର୍ଦ୍ଦା ଫାସ ହୋଇଯିବ । ତେବେ କେବେ ରଘୁନନନ୍ଦନ କଳାକାରନାମାର ପର୍ଦ୍ଦା ଫାସ ହେବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here