ପାଣି ମୁନ୍ଦାକ ପାଈଁ ହାହାକାର, ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର !

!!! ବରଗଡ଼ ରୁ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ(ବରଗଡ଼/ଗାଇସିଲେଟ) – ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ବର୍ହାମୁଣ୍ଡା ଗ୍ରାମରେ ଦେଖାଯାଇଛି ଜଳସଙ୍କଟ।

ଗ୍ରାମଟି ଗୋଟିଏ ୱାର୍ଡ ବିଶିଷ୍ଟ ହୋଇଥିବା ବେଳେ ପୁରୁଷ, ମହିଳା ଓ ଶିଶୁ ମିଶି ପ୍ରାୟ ୫୦୦ ଜଣ ଲୋକ ବାସ କରନ୍ତି।ଗ୍ରାମରେ ପାନୀୟ ଜଳପାଇଁ ଗୋଟିଏ ମାତ୍ର ନଳକୂପ ଅଛି, କିନ୍ତୁ ତାପମାତ୍ରା ବଢିବା ସଙ୍ଗେ ସଙ୍ଗେ ଉକ୍ତ ନଳକୂପର ଜଳସ୍ତର ଧୀରେ ଧୀରେ ତଳକୁ ଚାଲି ଯାଇଥାଏ। ଯାହା ଫଳରେ ମହିଳାମାନେ ପାଣି ବାଲଟିଏ ପାଇଁ ଘଣ୍ଟା ଘଣ୍ଟା ଧରି ଉକ୍ତ ନଳକୂପଠାରେ ଜମା ହୋଇଥାନ୍ତି ଏବଂ ପାଖରେ ଥିବା ନାଳରେ ବାଲିକୂଅ ଖୋଳି ପିଇବା ପାଣି ଆଣିଥାନ୍ତି ।

ପୁରୁଷ ମାନେ ସାଇକଲ ସାହାଯ୍ୟରେ ପଡୋଶୀ ଗ୍ରାମ ତାଲପାଲିକୁ ପିଇବାପାଣି ଆଣିବାକୁ ଯାଇଥାନ୍ତି ।ବିଜେପୁର ଉପନିର୍ବାଚନ ସମୟରେ ମାଳମାଳ ନେତା ମନ୍ତ୍ରୀ ଏହି ଗ୍ରାମକୁ ଆସି ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜିଯାଏ ତାହା ସାର୍ଥକ ହୋଇନାହିଁ।

ଗ୍ରାମବାସୀ ସ୍ଥାନୀୟ ବିଡିଓଙ୍କଠୁ ଆରମ୍ଭକରି ଭୁବନେଶ୍ବର ପର୍ଯ୍ୟନ୍ତ ଗ୍ରାମର ସମସ୍ୟାକୁ ନେଇ ଥରେ କି ଦିଥର ନୁହେଁ ପାଞ୍ଚଥର ଯାଇଛନ୍ତି।କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ।

Leave a Reply

Your email address will not be published. Required fields are marked *