ଗଜପତି ଉତ୍ସବ ୨୦୨୩ ମହା ସମାରୋହ ରେ ଉଦଘାଟିତ

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

 ଏଥର ସମ୍ଭାଳ(ଗଜପତି) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ଗଜପତି ଉତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଆଜି ପ୍ରଥମେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥବା ମଶାଲ କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାର କରାଯାଇ ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଉତ୍କଳ ହିତୈଷୀନୀ ଅନୁଷ୍ଠାନ ପକ୍ଷରୁ ଗୁରୁ କୈଳାଶ ପଟ୍ଟନାୟକ ଙ୍କ କଳାକାର ମାନଙ୍କ ଦ୍ଵାରା ସ୍ୱାଗତ୍ ସଙ୍ଗୀତ ପରିବେଷଣ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆନୁସାଙ୍ଗୀକ ଭାବେ ପ୍ରାରମ୍ଭ ହୋଇଥିଲା l ପ୍ରଥମ ଦିନ ସଂଧ୍ୟା ରଜନୀରେ ୧୦ ଟି ସାଂସ୍କୃତିକ ଦଳ ଭାଗ ନେଇଥିବା ବେଳେ ସୁଦୂର ଆସାମ ର ବିହୁ ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଯୋଡ଼ି ଶଙ୍ଖ, ଉତ୍ତର ପ୍ରଦେଶ ନୃତ୍ୟ, ମହାରାଷ୍ଟ୍ରର ଲାଭନି ନୃତ୍ୟ ପ୍ରମୁଖ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିବା ସହ ସାଂସ୍କୃତିକ ସନ୍ଧ୍ୟାର ଭରପୁର ମଜା ଉଠାଇ ଥିଲେ ଦର୍ଶକ l ଆଜିର ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି ଅଧ୍ୟକ୍ଷା ମାରୀୟମ ରଇତ, ଜିଲ୍ଲା ପରିଷଦ ସଭାପତି ଗଜପତି ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ମହାଦେଇ କଲ୍ୟାଣୀ ଗଜପତି, ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ସିନେ ଜଗତର ସୁନାମଧନ୍ୟ କଳାକାର ତଥା ଉଦଘୋଷୀକା ସୁମନ ଓ କୁଇନ ସୂଚାରୁ ରୂପେ ଉପସ୍ଥାପନା କରିଥିଲେ l ଏହି ଉତ୍ସବରେ ହଜାର ହଜାର ସଂଖ୍ୟାର ଦର୍ଶକ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l 

Leave a Reply

Your email address will not be published. Required fields are marked *