ସମୟ ସାଢେ ଏଗାରଟା ବାଜିଲାଣି । ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଝୁଲୁଛି ତାଲା ?

!!! ଗଞ୍ଜାମ୍ ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ସମୟ ୧୧.୩୦ ମିନିଟ୍ ବାଜିଲାଣି କିନ୍ତୁ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଭୁକ୍ତ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଖୋଲା ନାହିଁ । ଏ ନେଇ କିଛି କାର୍ଯ୍ୟପାଇଁ ଯାଇଥିବା ମହିଳା ଓ ପୁରୁଷ ବ୍ୟକ୍ତିବିଶେଷ ମାନେ ଅପେକ୍ଷା କରି ବିରକ୍ତି ପ୍ରକାଶ କରିଥିଲେ । ସରକାରି କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖୋଲିବା ର ନିୟମ ଥିଲେ ମଧ୍ଯ ଏହି କାର୍ଯ୍ୟାଳୟ ରେ ତାହା ବ୍ୟତିକ୍ରମ ଦେଖା ଦେଇଛି । ଏହି କାର୍ଯ୍ୟାଳୟ ର ଜୈନିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦିର୍ଘ ସମୟ ଧରି କାର୍ଯ୍ୟାଳୟ ବାହାରେ ବାବୁ ମାନଙ୍କୁ ଅପେକ୍ଷା କରିଥିଲେ । ଚାବି ତାଙ୍କ ପାଖରେ ଥିଲା ନା ବାବୁଙ୍କ ପାଖରେ ଥିଲା । ଯଦି ରାଜସ୍ୱ ନିରୀକ୍ଷକ ମହୋଦୟ କୌଣସି ଫିଲ୍ଡି କାର୍ଯ୍ୟ କିମ୍ବା ଅଫିସ କାର୍ଯ୍ୟରେ ଯାଇଛନ୍ତି ତାହା ହେଲେ କାର୍ଯ୍ୟାଳୟ ରେ ଅନ୍ୟମାନେ ଉପସ୍ଥିତ ଥାନ୍ତେ। ନତୁବା ସୂଚନା ଫଳକ ରେ କାର୍ଯ୍ୟକ୍ରମ ବିଷୟ ନେଇ ଲିପିବଦ୍ଧ କରିଥାନ୍ତେ । ଏସବୁ ରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ରେ ତାଲା ଝୁଲୁ ଥିଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣଙ୍କ ବାହାରେ ଅନ୍ୟ ଜନସାଧାରଣଙ୍କ ଭଳି ବାହାରେ ଅପେକ୍ଷା କରିଥିଲେ । ସରକାରୀ ଦପ୍ତର ରୁ ମୋଟା ଅଙ୍କର ଦରମା ପାଉଥିବା ବାବୁଙ୍କ ଏହା ମନମାନି ନା ବେଖାତିର ମନୋଭାବ ନା କୌଣସି ସରକାରୀ କାର୍ଯ୍ୟ ନା ବ୍ୟକ୍ତିଗତ କାର୍ଯ୍ୟ ରେ ସେ ଲିପ୍ତ ଥିଲେ ସେ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ କୋଦଳା ତହସିଲଦାର ଏବଂ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକ ମହୋଦୟଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ ।ଦେଖାଯାଉ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ନେଇ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ?

Leave a Reply

Your email address will not be published. Required fields are marked *