!!! ରାୟଗଡ଼ ଜିଲ୍ଲା ବିଷମକଟକ ରୁ ମାନସ ମହାନ୍ତି ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବିଷମକଟକ)- ଦେବ,ଗନ୍ଧର୍ବ, ଯକ୍ଷ ଛଡା ନାଗ ଉପାସନା ଏକ ଆଦିମ ସଂସ୍କୃତି ର ପରିଚାୟକ। ଦକ୍ଷିଣ ଓଡିଶାରେ ନାଗ ଚତୁର୍ଥୀ କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ(ସର୍ପ)ଦେବତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ। ଏହି ପୂଜାର ମୁଖ୍ୟ ବିଧି ହେଲା ହୁଙ୍କା ପୂଜା। ଏହି ପର୍ବରେ ନାରୀମାନେ ଏକତ୍ରିତ ହୋଇ ହୁଙ୍କା ଥିବା ସ୍ଥାନରେ ତଥା ହୁଙ୍କାର କିଛି ଅଂଶକୁ ଆଣି ଚଉଁରା ମୂଳେ ରଖି, ନାଗ-ନାଗୁଣିଙ୍କ ତମ୍ବାର ମୂର୍ତ୍ତି ରଖି, ଚିତା ପକାଇ ସିନ୍ଦୁରଦେଇ ଫୁଲରେ ସଜାଇ,ସବୁ ପ୍ରକାରର ପୂଜା ସାମଗ୍ରୀ ଯଥା ଧୂପ ଦୀପ ନଡ଼ିଆ,କଦଳୀ,ଗୁଡ଼,ଚାଉଳ ଚୁନା, ଆଖୁ ଓ ଅନ୍ୟାନ୍ୟ ଫଳ ମୂଳ ଦେଇ ପୂଜା କରିଥାନ୍ତି । କେଉଁ କେଉଁ ସ୍ଥାନରେ କ୍ଷୀର ଓ ଅଣ୍ଡା ମଧ୍ୟ ନାଗ ଦେବତାଙ୍କ ସନ୍ତୁଷ୍ଠି ଉଦେଶ୍ୟରେ ଅର୍ପଣ କରାଯାଏ। ବିଶ୍ୱାସ ରହିଛି ଏହି ଦିନ ବିଳା ମାଟି କାନରେ ଦେଲେ କର୍ଣ୍ଣ ଜନିତ ରୋଗ ଦୂର ହୁଏ ଏଵଂ ସର୍ପ ଦଶଂନର ଭୟ ରହେ ନାହିଁ। ପରିବାର ତଥା ବିଶେଷ କରି ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହି ପୂଜା ପାଳନ କରାଯାଇଥାଏ। ଆଜିର ଏହି ପବିତ୍ର ଦିନରେ ଦୁର୍ଗୀ ସ୍ଥିତ ଲଳିତ ଗୌରାଙ୍ଗ ମନ୍ଦିର ପାଖରେ ଥିବା ସତ୍ଯସାଇ ମନ୍ଦିରରେ ଏକ ଗୋଧି ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗିଥିଲା। କୁହାଯାଏ ଯେ ଆଜିର ଏହି ପବିତ୍ର ଦିନରେ ଗୋଧି କିମ୍ବା ସର୍ପ ଦର୍ଶନ କରିବା ସୌଭାଗ୍ଯ ଅଟେ।