ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ବିକ୍ରମପୁର ନିକଟରେ ଥିବା ଅଦ୍ଵୈତ ବେଦାନ୍ତ ଆଶ୍ରମର ୩୫ ତମ ପ୍ରତିଷ୍ଠା ଦିବସ ଆଜି ପାଳନ ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରର ଦୁଇ ରାଜନୈତିକ ଗୋଷ୍ଠୀ ର ଛକାପଞ୍ଝା ରାଜନୀତି ମୁଖ୍ଯ ଆଲୋଚ୍ଯର ବିଷୟ ପାଲଟିଥିଲା। ପରଷ୍ପର ବିରୋଧି ଭାବେ ବେସ୍ ଜଣାଶୁଣା ବିଜେଡି ନେତା ସୁଧିର ଦାସ ଓ ଗୁଣପୁର ପୌର ଉପାଧ୍ୟକ୍ଷା ଶିବ ପ୍ରଶାଦ ଗୌଡ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଣେ ଥିବା ସ୍ଥାନରେ ଅନ୍ଯ ଜଣଙ୍କର ଅନୁପସ୍ଥିତ ରହିବା ଘଟଣା ଚର୍ଚ୍ଚାର ଖୋରାକ ଯୋଗେଇ ଥିଲ। ଆଜି ଆଶ୍ରମ ପରିଶରରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧୀର କୁମାର ଦାସ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ଅନୁସୟା ମାଝୀ, ନଗର ସଭାପତି ରାମ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହା ପରେ ଦ୍ବିତୀୟ ପର୍ଯ୍ଯାୟ ରେ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମହା ଲକ୍ଷ୍ମୀ ମନ୍ଦିରରୁ ଆଜ୍ଞା ମାଳ ଧରି ଏକ ଶୋଭାଯାତ୍ରା ବାହାରି ଥିଲା। ଏହି କାର୍ଯ୍ୟକ୍ରମ ରେ ମହେନ୍ଦ୍ର ଗିରି ଶୈବ ପୀଠର ମୁଖ୍ୟ ଲକ୍ଷ୍ମି ବାବା, ଦେବଗିରି ଶୈବ ପୀଠ ର ମୁଖ୍ୟ କ୍ରାନ୍ତି ବାବା, ଅଦ୍ଵୈତ ବେଦାନ୍ତ ଆଶ୍ରମର ମୁଖ୍ୟ ବାବା ବିଦ୍ୟାନନ୍ଦ ସାଗର ମହାରାଜ, ନଳିନୀ ମହାନ୍ତି ଓ ତ୍ରିପତି ମହାନ୍ତି ଯୋଗ ଦେଇ ପୂଜାର୍ଚନା କରିବା ପରେ ଆଜ୍ଞା ମାଳ ବାହାରିଥିଲା। ଏହି ଆଜ୍ଞା ମାଳ ସହ କଳଶକୁ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୋଡ଼ ଧରି ଧାର୍ମିକ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଏଠାରେ ସୁଧିର ଗୋଷ୍ଠୀର କାହାର ଦେଖା ମିଳି ନଥିବା ବେଳେ ଆଶ୍ରମ ପରିଶରରେ ଗୌଡ ଗୋଷ୍ଠୀ ର କେହି ନଥିବାର ଦେଖା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଗଣେଶ ମାଳି, ରାମ ପାଠି, ଦେବୀ ବାଉରି, ଏସ. ବାବା ପ୍ରଶାଦ, ଶିବ ପାଢି, ନରସିଂହ ମାନନ୍ତି, କାହ୍ନୁ ପାଢି, କାଳିଆ ପାଢି ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମଟି ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ନିକଟରେ ସମ୍ପନ୍ନ ହୋଇଥିଲା। ଏହି କାର୍ତିକ ମାସ ତମାମ ବେଦାନ୍ତ ଆଶ୍ରମ ପରିସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।