ଏଥର ସମ୍ଭାଳ ବ୍ୟୁରୋ (ନୟାଗଡ଼) – ରାଜ୍ୟରେ ପୁଣି ଏକ ଲଜ୍ଜ୍ୟଜନକ ଘଟଣା ଘଟୁଥିବାର ସୂଚନା ମିଳିଛି | କୋମଳମତି ଶିଶୁ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ ଆସୁଛି । ଲୋକଙ୍କ ହୀନମାନଷିକତା କାରଣରୁ ଦୁଷ୍କର୍ମର ଶିକାର ହେଉଛନ୍ତି ଶିଶୁ । ଏହାର ଏକ ଉଦାହରଣ ମିଳିଛି ନୟାଗଡ଼ରେ । ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଂଚଳରେ ଲଜ୍ଜ୍ୟା । ଗାଁ ଘର ବାରଣ୍ଡାରେ ଜଣେ ପାଂଚ ବର୍ଷର ଝିଅ ଖେଳୁଥିଲା । ସେହି ସମୟରେ ଜଣେ ଯୁବକ ତାକୁ ଆଇସକ୍ରିମ ଦେବା ବାହାନାରେ ନିଜ ଘରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ପରିବାର ଲୋକେ ଇଟାମାଟି ପୋଲିସ ଥାନାରେ ଏତଲା ଦେଇଛନ୍ତି । ତଦନ୍ତ ଆରମ୍ଭ କରି ପୋଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ।