କର୍ମିଙ୍କୁ ଏବେଠାରୁ ଅଣ୍ଟା ଭିଡ଼ି ପାଇଁ ସଜାଗ କରାଇଲେ ମନମୋହନ ସାମଲ ….!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର/ବିଷମକଟକ)- ବିଜେପି ରାଜ୍ୟ ସଭାପତି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ମୋ ଦେଶ ମୋ ମାଟି ଅଭିଯାନରେ ବିଷମକଟକ ଗସ୍ତରେ ଆସି ନିର୍ବାଚନମଣ୍ଡଳୀ ସ୍ତରୀୟ ଏକ କର୍ମୀ ସମ୍ମିଳନୀ ରେ ଉଦ୍‌ବୋଧନ ଦେଇ ଆସନ୍ତା ବିଧାନ ସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହବାକୁ କର୍ମି ମାନଙ୍କୁ କହିଥିଲେ । ଆସନ୍ତା ନିର୍ବାଚନରେ ଦଳ କିପରି ଭଲ ପଦର୍ଶନ କରିବ ଏବଂ ଓଡିଶାରେ ବିଜେପି ସରକାର ଗଠନ କରିବ ସେଥି ପ୍ରତି ଯତ୍ନବାନ ହେବାକୁ ଆଭନ କରିଥିଲେ । ଏଥି ସହିତ ବିଜେଡି ସରକାର ର ଦୁର୍ନିତି ଏବଂ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ କଲ୍ୟାର ଯୋଜନା କୁ ନେଇ ଭୋଟର ଙ୍କ ପାଖରେ ପହଁଚିବା କୁ ଗୁରୁମନ୍ତ୍ର ଦେଇଥିଲେ । ଶ୍ରୀ ସାମଲଙ୍କ ଏହି ଗସ୍ତରେ ବିଷମ କଟକ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ଅପରାହ୍ନ ୪ବେଳେ ବିଷମ କଟକ ଅଧିଷ୍ଠାତ୍ରୀ ଦେବୀ ମାଁ ମାର୍କମା ଙ୍କ ମନ୍ଦିରେ ପହଁଚି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପରେ ମାଁ ଙ୍କ ଆର୍ଶିବାଦ ନେଇ ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ରତ ପ୍ରାଥମିକ ଶିକ୍ଷକ ଙ୍କ ଆନ୍ଦୋଳନ ସ୍ଥଳ କୁ ଯାଇ ସୋମନଙ୍କ ଦାବିକୁ ସମର୍ଥନ ଜଣାଇଥିଲେ ଏବଂ ଶିକ୍ଷକ ମାନଙ୍କ ଦାବିକୁ ଯଥା ଶିଘ୍ର ପୂଣ କରିବା ନିତାନ୍ତ ଜରୁରୀ ବୋଲି ପ୍ରକ।। କରିଥିଲେ । ସେହି ଠାରୁ ବାହାରି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ବିରଚିଂ ତ୍ରିପାଠି,ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ରାଜ୍ୟ ପଛୁଆ ବର୍ଗ ମୋର୍ଚା ର ସଭାପତି, ରାଜ୍ୟ ଉପସଭାପତି ତଥା ପ୍ରଭାରୀ ଗୋବିନ୍ଦ ଜୈନ୍‌,ରାଷ୍ଟ୍ରିୟ ସାଧାରଣ ସମ୍ପାଦକ କାଳିରାମ ମାଝି,ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ବସନ୍ତ ଉଲ୍ଲାକା, କୋଲନରା ବ୍ଳକର ବ୍ଲକ ଉପାଧ୍ୟକ୍ଷ ହଲଧର କାଡ୍ରାକା ପ୍ର୍ରମୁଖ ମଂଚାଶିନ ହୋଇଥିଲେ । କାର୍ଯ୍ୟକ୍ରମ କୁ ବିଷମ କଟକ ର ଗୌତମ ଉର୍ଲାକା,ଟୁନା ପାଢି ଏବଂ ସମସ୍ତ ଦଳିୟୀ କର୍ମୀ ମାନେ ଉପସ୍ଥିତ ରହି କାର୍ଯକ୍ରମ ଟିକୁ ସୂଚାର ରୂପେ ପରିଚାଳନ କରିଥିଲେ । କାର୍ଯ୍ୟକ୍ରମରେ ବିଷମ କଟକ ର ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *