ରବିପାଢି ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନମୋହନ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ପୁର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଜେପିର ରାଜ୍ଯ ସଭାପତି ମନମୋହନ ସାମଲ, ଉପ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ସମେତ ଅନ୍ଯାନ୍ଯ ରାଜ୍ଯ ଓ ଜିଲ୍ଲା ନେତୃବର୍ଗଙ୍କ ଆଜି ଗୁଣପୁର ଗସ୍ତ ଅବସରରେ ସ୍ଥାନୀୟ ପଣଷଗୁଡା ସ୍ଥିତ ସ୍ବାଭିମାନ ଛକରେ ଥିବା ବିଜେପି ର ପୁର୍ବତନ ଜିଲ୍ଲା ସଭାପତି ତଥା କୃଷକ ନେତା ସ୍ବର୍ଗତ ରବି ପାଢି ଓ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରବିପାଢି ଙ୍କ ବିୟୋଗ ପରେ ମନମୋହନଙ୍କ ଏହା ପ୍ରଥମ ଗୁଣପୁର ଗସ୍ତ ହୋଇଥିବାରୁ ସହରର କାର୍ଯ୍ୟକ୍ରମ ସାରିବା ପରେ ଆଜି ଏହି ସ୍ବାଭିମାନ ଛକକୁ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ବିଜେପି ର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବରିଷ୍ଠ ନେତା କାଳୀରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *