ସିପିଆଇ (ଏମ୍ଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚା ପକ୍ଷରୁ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ସି ପି ଆଇ ଏମ ଏଲ୍ ଲିବରେସନ ଓ ଆଦିବାସୀ ସଙ୍ଘର୍ଷ ମୋର୍ଚା ପକ୍ଷରୁ ସ୍ତାନୀୟ ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ କଂ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ରେ ୯ ଦଫା ଦାବି ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଗୁଡାରୀ ତହସିଲ ଅନ୍ତର୍ଗତ କଦମା ପଞ୍ଚାୟତ ର ନୀଳାଗୁଡା ଗ୍ରାମ ର ୬୦ ପରିବାର ଆଜକୁ ପ୍ରାୟ ୭୦ ବର୍ଷ ଧରି ନୀଳାଗୁଡା ସିମା ରେ ଡଗଂର ଓ ପାହାଡ ଛାଷ କରି ବସବାସ କରିଆସୁଛନ୍ତି। କିନ୍ତୁ ଏମକେ ରାଇ ପଞ୍ଚାୟତ ରେ ରହିଥିବା ମକାଗୁଡା ଗ୍ରାମର କିଛି ଲୋକ ନୀଳାଗୁଡା ସିମା ଭିତରେ ରହିଥିବା ଜମି ଗୁଡ଼ିକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରଶାସନ କୁ ଏଥି ପୁର୍ବରୁ ଜଣାଇ ଥିଲେ ହେଁ କୈଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପ୍ରଶାସନ ଅତି ଶିଘ୍ର ସମାଧାନ ନ କରନ୍ତି ତେବେ ତିବ୍ର ଆନ୍ଦୋଳନ ହେବ ବୋଲି ଜଣାଇଛନ୍ତି। କାଶିପୁର ଓ ଲାଞ୍ଜି ଗଡ ଅଞ୍ଚଳରେ ଗରିବ ଆଦିବାସୀ ଓ ଦଳିତ ମାନକୁଂ ଗିରଫ କରିବା ଘଟଣାକୁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର କେଦ୍ରୀୟ ନେତା ତ୍ରିପତି ଗମାଙ୍ଗ ତୀବ୍ର୍ ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସି ପି ଆଇ ଏମ ଏଲ୍ ନେତା ତିରୁପତି ଗମାଙ୍ଗ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ଜିତେନ୍ଦ୍ର ମାଝୀ, ବିଶ୍ଵ ନାଥ ମାଝୀ, ପ୍ରକାଶ ମାଝୀ, ଅବିନାଶ ମାଝୀ, ବର୍ମ କମ୍ଵାକା, ସୋମନାଥ ମାଝୀ, ମିନ ଶବର, ନିରଞ୍ଜନ ନିମାଲା, ଅନାସିମ ଶବର, ବୃନ୍ଦାବନ ବିଡିକା , କରୁଣା କର ଲିମା, ଜେମସ ଶବର ଉପସ୍ଥିତ ରହି ସହୋଯାଗ କରିଥିଲେ।

Leave a Reply

Your email address will not be published. Required fields are marked *