!!! ଗଜପତି ରୁ ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଗଙ୍ଗାବାଡ଼ର ପଞ୍ଚାୟତ ୮ ଗାଁ ଉପରେ ଆନ୍ଧ୍ର ରାଜୁତି କରିବା ପାଇଁ ଚେଷ୍ଟା କରୁଥିବା ବେଳେ, ଆଜି ଗୋଷାଣୀ ବ୍ଳକ ଚେୟାର ମେନ୍ ଭି.ରାଜୁ ସେ ଆନ୍ଧ୍ର ମନ୍ତ୍ରୀ କୁ ସମ୍ବର୍ଦ୍ଧିତ କରିଥିବା ଦୃଶ୍ୟ ସମ୍ନାକୁ ଆସିଛି।ଗତ ଦୁଇ ବର୍ଷ ତଳେ ଓଡ଼ିଶା ମାଟିର ମାଣିକପାଟଣା ଗ୍ରାମରେ ଠିଆ ହୋଇ ଓଡ଼ିଶାର ଅଧିକାରୀଙ୍କୁ ଧମକ ଦେବା ସହ ଓଡ଼ିଶାର ଅଙ୍ଗନବାଡ଼ି କେନ୍ଦ୍ର କୁ ଭାଙ୍ଗି ଦେବି ଆନ୍ଧ୍ର ମନ୍ତ୍ରୀ ଆପାଲୁ ରାଜୁ କହିଥିଲେ।ହେଲେ ଘଟଣାର ଦୁଇ ବର୍ଷ ପରେ ବି ଏଯାଏଁ ନିଦରୁ ଉଠିନାହାନ୍ତି କି ଚେତନା ଚକ୍ଷୁ ଖୋଲି ନାହାନ୍ତି ଆମ ସରକାର । ଏପଟେ କିନ୍ତୁ ଗୋଷାଣୀ ବ୍ଳକ ଚେୟାର ମେନ୍ ଭିରରାଜୁ ଆଜି ସେହି ମନ୍ତ୍ରୀ କୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସମ୍ଭର୍ଧନ କରୁଥିବା ଦୃଶ୍ୟ ସମ୍ନାକୁ ଆସୁଛି। ବିବାଦୀୟ ଆନ୍ଧ୍ର ମନ୍ତ୍ରୀ ଙ୍କୁ ସମ୍ବର୍ଧନା, ପ୍ରତିବାଦ ଜଣାଇଲା କଂଗ୍ରେସ ଓ ବିଜେପି ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୋଷାଣୀ ବ୍ଳକ ଅଧ୍ୟକ୍ଷଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯାହାର ପ୍ରତିବାଦ ଜଣାଇଛନ୍ତି ପାରଳାଖେମୁଣ୍ଡିର ବିଧାୟକ କେ, ନାରାୟଣ ରାଓ, ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା। ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ସୀମାନ୍ତ ବିବାଦୀୟ ଅଞ୍ଚଳ ଗଙ୍ଗାବାଡ ମାଣିକପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ ନିଜ ଦଳବଳ ଓ କିଛି ଆନ୍ଧ୍ର ସରକାରି ଅଧିକାରୀ ଙ୍କୁ ଧରି ଧସେଇ ପଶି ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଧମକ ଦେବା ସହ ଅସଭ୍ୟ ବ୍ୟବହାର କରିଥିଲେ। ଯାହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସହ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା , ଘଟଣାକୁ ସେହି ସମୟରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ମଧ୍ୟ ତିବ୍ର ସମାଲୋଚନା କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ହେଲେ ସୀମା ବିବାଦ ଘଟଣାରେ ଯୋଡି ହୋଇଛି ଆଉ ଏକ ଫର୍ଦ ଯୋଡି ହୋଇଛି । ଆଜି ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ୍. ଭିର ରାଜୁ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ବ୍ଳକ ନିକଟକୁ ଆମନ୍ତ୍ରଣ କରି ଉପଢୌକନ ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିବ୍ର ନିନ୍ଦା କରିବା ସହ ଗତ ଦିନରେ ଆନ୍ଧ୍ର ର ବିବାଦୀୟ ମନ୍ତ୍ରୀଙ୍କୁ ଶାସକ ଦଳର ନେତା ହୋଇ ପାଛୋଟି ନେବାର ପଛରେ କାରଣ କ’ଣ ରହିଛି ବୋଲି ପ୍ରଶ୍ନ କରିଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବ୍ଳକ ଅଧ୍ୟକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛି। ନଚେତ୍ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ଆଜିର ସାମ୍ବାଦିକ ସମ୍ମିଳନୀ ରେ ବଳିଷ୍ଠ କଂଗ୍ରେସ ନେତା ପୂର୍ବତନ ଗୋଷାଣୀ ବ୍ଲକ୍ ଚେରମେନ ଜୟମହୋନ ରାଓ, ଅଭିମନ୍ୟୁ ପଣ୍ଡା ସମ୍ପାଦନା ଜିଲ୍ଲା କଂଗ୍ରେସ ତଥା ପୂର୍ବତନ ଉପାଧ୍ୟକ୍ଷ ପାରଳାପୈର ପରିଷଦ, ସଂଗ୍ରାମ ସାହୁ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି, ବସନ୍ତ କୁମାର ପଣ୍ଡା ଜିଲ୍ଲା ଉପ ସଭାପତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।ଆନ୍ଧ୍ର ମନ୍ତ୍ରୀଙ୍କୁ ସୀମାନ୍ତ ଅଞ୍ଚଳର ରାସ୍ତା ସମସ୍ୟା ଜଣାଇଲେ ଗୋଷାଣି ବ୍ଲକ ଅଧ୍ୟକ୍ଷ।ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ତଥା ପଲାସା ବିଧାୟକ ଏସ୍.ଆପ୍ପାଲା ରାଜୁଙ୍କୁ ସୀମାନ୍ତ ଅଞ୍ଚଳର ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କଲେ ଗୋଷାଣି ବ୍ଲକ ଅଧ୍ୟକ୍ଷ ।
ସୂଚନା ମୁତାବକ ଗୋଷାଣି ବ୍ଲକ ଦେଇ ଆନ୍ଧ୍ରର ମେଳିଆପୁଟି ଚାପରା ଅଞ୍ଚଳ ଗସ୍ତ କରିଥିବା ମନ୍ତ୍ରୀ ତଥା ପଲାସା ବିଧାୟକ ଶ୍ରୀ ରାଜୁ ଗୋଷାଣି ବ୍ଲକ ସଦର ମହକୁମା ଦେଇ ଗସ୍ତ କରିଥିଲେ । ଏହି ସମୟରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ ଏବଂ ବିଭିନ୍ନ ରାଜନେତାମାନେ ଆନ୍ଧ୍ର ମନ୍ତ୍ରୀ ଶ୍ରୀ ଆପ୍ପାଲାରାଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସୀମାନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ବୀରରାଜୁ ମୁଖ୍ୟତଃ ଆନ୍ଧ୍ରର ମିଳିପୁଟି ମହେନ୍ଦ୍ରତନୟା ବ୍ରିଜ ତଟ ଦେଇ ଯାଇ ଥିବା ଓଡିଶାର ଭିନ୍ନୋଳା ଗ୍ରାମକୁ ସଂଯୋଗୀକରଣ କରୁଥିବା ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଜଣାଇଥିଲେ । ଏହି ରାସ୍ତାରେ ଦୈନିକ ଶହ ଶହ ଓଡିଶା ତଥା ଭିନ୍ନୋଳା ସମେତ ଶରଧାପୁର, ବାଘଶଳା, ବାପୁଜୀପେଣ୍ଠ ଆଦି ଗ୍ରାମବାସୀ ନିର୍ଭର କରିଥାନ୍ତି । ଉଲ୍ଲେଖିତ ରାସ୍ତାଟି ଓଡିଶା ସମେତ ଆନ୍ଧ୍ରରର ବିଭିନ୍ନ ଗ୍ରାମାଞ୍ଚଳକୁ ସଂଯୋଗୀକରଣ କରିଥାଏ । ତେବେ ଏହା ଅତି ଶୋଚନୀୟ ହୋଇପଡିଥିବାରୁ ଓଡିଶା ତଥା ଗୋଷାଣି ବ୍ଲକାଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଜଣାଇଥିଲେ । ଏନେଇ ଆନ୍ଧ୍ର ମନ୍ତ୍ରୀ ଆପ୍ପାଲାରାଜୁ ଅତି ଶୀଘ୍ର ଏହି ରାସ୍ତାର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିବାର ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ରାଜୁ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଆନ୍ଧ୍ରର ଏହି ମନ୍ତ୍ରୀ ଜଣକ ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ବିବାଦିୟ ଗ୍ରାମାଞ୍ଚଳମାନ ଗସ୍ତ କରି ଓଡିଶାର ଏକ ଅଙ୍ଗନବାଡି କେନ୍ଦ୍ରରେ ତତ୍କାଳୀନ ଅତିରିକ୍ତ ଜିଲ୍ଲପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ବିତଣ୍ଡା ଯୁକ୍ତିତର୍କ କରିଥିଲେ । ଯାହାକି ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ବରୁ ଚର୍ଚ୍ଚିତ ହୋଇଥିଲା ।