ଆକ୍ସନ ମୁଡ୍ ରେ ରାଜସ୍ୱ ବିଭାଗ, ୨ବାଲି ବୋଝେଇ ଟ୍ରାକ୍ଟର ଜବତ; ୪୦ ହଜାର ଟଙ୍କା ଜରିମାନା ଆଦାୟ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ରାଜସ୍ୱ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ଭାବେ ପରିବହନ କରାଯାଉଥିବା ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇ ଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଗୁଣପୁର ଉପକଣ୍ଠ ତୁରୁକାନି ଗୁଡା ଗ୍ରାମ ନିକଟସ୍ଥ ବଂଶଧାରା ନଦୀ ବାଲି ଉତ୍ସରୁ ବେଆଇନ ଭାବେ ବାଲି ପରିବହନ କରାଯାଉଥିବା ବେଳେ ତହସିଲଦାର ଶରତ ଚନ୍ଦ୍ର ନାୟକ ଅଚାନକ ଚଢ଼ାଉ କରିଥିଲେ। ସେଠାରୁ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଗାଡି ମାଲିକ ଜଗା ଗୌଡ଼ ଏବଂ ମାଝୀ ଶବରଙ୍କ ଠାରୁ ଟ୍ରାକ୍ଟର ପ୍ରତି ୨୦ ହଜାର ଟଙ୍କା ଲେଖାଏଁ ମୋଟ ୪୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଉକ୍ତ ବ୍ୟକ୍ତି ଦୁହେଁ ଦୀର୍ଘ ମାସ ଧରି ପୋଲିସ ଏବଂ ରାଜସ୍ୱ ବିଭାଗ କୁ ଚକମା ଦେଇ ବିଳମ୍ବିତ ରାତ୍ରରୁ ବାଲି ପରିବହନ କରି ଆସୁଥିଲେ। ଖାଲି ସେମାନେ ନୁହଁ ସେହି ଭଳି ଅନେକ୍ ବାଲି ମାଫିଆ ସ୍ଥାନୀୟ ସାନନଦୀ ନିକଟରେ ଥିବା ବେଆଇନ ବାଲି ଉତ୍ସ , ମାଛଖୁଣ୍ଟି ଓ ଲିମାମଡା ବାଲି ଉତ୍ସରୁ ମଧ୍ୟ ବ୍ୟାପକ ବାଲି ଉଠାଇ ମାଫିଆ ମାନେ ଦୌରାତ୍ମ୍ୟ ବଢାଇ ଥିବାରୁ ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଚଢ଼ାଉ କରାଯାଇ ରାଜସ୍ୱ ଆଇନ ଅନୁଯାୟୀ ଦଣ୍ଡିତ କରାଗଲା ବିଭାଗ ର ରାଜସ୍ୱ ହାନି ହୋଇ ନଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ଜୋର ଧରିଛି ବିଭାଗୀୟ । ଆକ୍ସନ ମୁଡ୍ ରେ ବିଭାଗର ଆତର୍କିତ ଚଢ଼ାଉ ପରେ ବାଲି ମାଫିଆ ଙ୍କ ମଧ୍ୟରେ ଛନକା ପଶିଛି। ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜୋରଦାର କରାଯିବା ସହ ବାଲି ମାଫିଆଙ୍କୁ ସାବାଡ଼ କରାଯିବ ବୋଲି ତହସିଲଦାର ଶରତ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଦେଖିବାକୁ ରହିଲା ଏତିକି ଜରିମାନା ଆଦାୟ କରି ପ୍ରଶାସନ ଅଧିକାରୀ ଚୁପ୍ ରହୁଛନ୍ତି ନାଁ ଚଡାଉ ପୁଣି ଜୋର୍ ଜାର ଚାଲୁଛି ।

Leave a Reply

Your email address will not be published. Required fields are marked *