ଜିଲ୍ଲା ସାମ୍ବାଦିକ ସଂଘର ପକ୍ଷରୁଶପଥ ପାଠ ଉତ୍ସବ

!!! ଜୟପୁର ଜୋନାଲ ପ୍ରତିନିଧି ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋରାପୁଟ) – କୋରାପୁଟ ଠାରେ ଜିଲ୍ଲା ସାମ୍ବାଦିକ ସଂଘର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ତୀଵ୍ର ହେବ ବୋଲି ଉତ୍ସବ ରେ ଯୋଗ ଦେବାକୁ ଆସିଥିବା ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପୂର୍ବରୁ ସାମ୍ବାଦିକଙ୍କ ସମସ୍ୟା ନେଇ ବାରମ୍ବାର ବିଧାନସଭାରେ ପ୍ରଶ୍ନ ହୋଇଛି, ଯାହାକୁ ଶାସକ ବିଧାୟକ ମାନେବି ସମର୍ଥନ ଦେଇଛନ୍ତି । ଆଗାମୀ ଦିନରେ ପୁଣି ସାମ୍ବାଦିକଙ୍କ ଯାହା ଦାବୀ ରହିଛି ସେସବୁକୁ ବିଧାନସଭାରେ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନର ସରକାର ସ୍ୱାସ୍ଥ୍ୟ ବୀମା ଏବଂ କୋଭିଡ ସମୟରେ ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେଇଥିଲେ ବି ଅନେକ ଦାବୀ ପ୍ରତି ଗୁରୁତ୍ୱ ପ୍ରଦାନ କରିନାହାନ୍ତି । ଏହା ତୁରନ୍ତ କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସଦସ୍ୟ ତଥା ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ଯୋଗଦେଇ କହିଥିଲେ ଯେ, ଆଗାମୀ ଦିନର ସାମ୍ବାଦିକ ଆନ୍ଦୋଳନ ବାହିନୀପତିଙ୍କ ପରାମର୍ଶ କ୍ରମେ ହେବ ବୋଲି କହିଥିଲେ । ଓୟୁଜେ ରାଜ୍ୟର ପ୍ରତ୍ୟେକ ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ଦୀର୍ଘ ୫୧ ବର୍ଷ ହେଲା ଅହରହ ଉଦ୍ୟମ ଜାରି ରଖିଛି ଯାହାର ବିକଳ୍ପ ରାଜ୍ୟରେ ନାହିଁ ।ସରକାର ମଧ୍ୟ ଆମ ଅନୁଷ୍ଠାନର କଥାକୁ ଗୁରୁତ୍ୱ ଦିଅନ୍ତି nଆଗାମୀ ଦିନରେ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷ ହେଉଥିବା ସରକାର ଆଭାସ ଦେଲେଣି ବୋଲି କହିବା ସହ ଅନ୍ୟ ଦାବି ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ରୂପେ କୋରାପୁଟ ବ୍ୟାଙ୍କ ଅଧ୍ୟକ୍ଷ ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ରାଜ୍ୟ ସରକାର କିଭଳି ଗଣମାଧ୍ୟମ ଏବଂ ଏହାର ପ୍ରତିନିଧିମାନଙ୍କୁ ଗୁରୁତ୍ୱ ଦିଅନ୍ତି କହିବା ସହ ସେମାନଙ୍କ ପାଇଁ ରହିଥିବା ସୁବିଧା ସମ୍ପର୍କରେ କହିଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ସୁରେଶ ନାଇଡୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ସମାଜରୁ ଦୁର୍ନୀତି ହଟାଇବାରେ ଗଣମାଧ୍ୟମର ରହିଥିବା ଭୂମିକା ସମ୍ପର୍କରେ କହିଥିଲେ । ନବ ନିର୍ବାଚିତ ସଭାପତି ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ପାଇଁ କୋରାପୁଟ ଠାରେ ସାମ୍ବାଦିକ ଭବନ ନିର୍ମାଣ ଘୋଷଣା କରିଥିବା ବେଳେ ନିର୍ବାଚନ ଅଧିକାରୀ ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶଶଧର ରାଉତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ମଂଚାସିନ ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ପଙ୍କଜ ପାତ୍ର, ସଂଗଠନ ସମ୍ପାଦକ ମନୋଜ ପଟନାୟକ, ମୁଖ୍ୟ ପୃଷ୍ଟପୋଷକ ଭବାନୀ ଶଙ୍କର ମିଶ୍ର, ଉପଦେଷ୍ଟା ପରୀକ୍ଷିତ ବିଶ୍ୱାଳ ପ୍ରମୁଖ ସଙ୍ଗଠନ ଉପରେ ଆଲୋକପାତ କରିଥିଲେ । ଆଗ ଧାଡ଼ିର ଗଣମାଧ୍ୟମ ବ୍ୟକ୍ତିତ୍ୱ ରାକେଶ ପାଢ଼ୀ ଏବଂ ଜିତେନ୍ଦ୍ରମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କଲ୍ୟାଣ ଅଧ୍ୟକ୍ଷ ଟି ଗୋୖରୀ ଶଙ୍କର, କାର୍ଯ୍ୟକାରୀ ସଭାପତି ରଞ୍ଜନ ଦାଶ, ସଂଗଠନ ସମ୍ପାଦକ ପରମେଶ୍ୱର ସାହୁ, ଯୁଗ୍ମ ସମ୍ପାଦକ ତ୍ରିନାଥ ଖରାଙ୍କୁ ଏବଂମୁଖ୍ୟ ଅତିଥି ସାମ୍ବାଦିକସମ୍ବର୍ଦ୍ଧିତ କରିଥିବା ବେଳେ ଉପସଭାପତି ପ୍ରତାପ ନିମାଲ, ଅମିତାଭ ବେହେରା, ସମ୍ପାଦକ କଳ୍ପତରୁ ମହାନ୍ତି, ରାଜଶେଖର ରାଓ, ସୁରେଶ ଲମ୍ବତା, କୋଷାଧ୍ୟକ୍ଷ ଭଗବତୀ ଆଚାରୀ, ଜାତୀୟ ସଦସ୍ୟ ଘନଶ୍ୟାମ ରଥଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।ସହ ସମ୍ପାଦକ ସୁବ୍ରତ ମହାନ୍ତି, ଜ୍ଞାନଚାନ୍ଦ ଜଗନ୍ନାଥ, ତୁଳସୀ ବେହେରା ପ୍ରମୁଖ ମୁଖ୍ୟବକ୍ତା ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପୂର୍ବକ କାଠରେ ତିଆରି ଗଣେଶ ଙ୍କ ମୂର୍ତ୍ତି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *