ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ସ୍ଥାନୀୟ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ କୃଷକ ସମ୍ବାଦ ଓ ପ୍ରେସ ୟୁନିୟନ ରାୟଗଡା ମିଳିତ ଭାବେ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ କରାଯାଇଛି ।
ଉକ୍ତ ଦିବସରେ ଆୟୋଜିତ ସଭାକୁ ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୋପାଳ ସିଂ ଅଧିକାରୀ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ସୁରେଶ ଚନ୍ଦ୍ର ଦାଶ ଓ କୃଷକ ସମ୍ବାଦର ରାୟଗଡା ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁ ମଞ୍ଚାସିନ ଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନେ ନିଜ ନିଜ ଭାଷଣ ପ୍ରସଙ୍ଗରେ ଆଜିର ଦିନ ଏକ ପବିତ୍ର ଦିନ ବୋଲି କହିବା ସହ ଅକ୍ଷୟ ତୃତୀୟା କାହିଁକି ପାଳନ କରାଯାଏ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ।
ଏହି ଶୁଭ ଅବସରରେ ସମସ୍ତଙ୍କ ଶୁଭ କାମନା କରିଥିଲେ । ଶେଷରେ କୃଷକ ସମ୍ବାଦର ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରେସ ୟୁନିୟନର ମନୋଜ କୁମାର ସାହୁ, ପ୍ରଦୀପ ପାତ୍ର, ସନ୍ତୋଷ କୁମାର ଦଳାଇ, ସନ୍ତୋଷ ପାଣିଗ୍ରାହୀ, ରାଜେଶ କୁମାର ମହାନ୍ତି, ପରମାନନ୍ଦ ପ୍ରଧାନ, ଶ୍ରୀନିବାସ ବଳିୟାର ସିଂ, ସନ୍ତୋଷ ପାଢ଼ୀ, ଶ୍ରୀଧର ଚୌଧୁରୀ ଓ ରାଜେନ୍ଦ୍ର ଗାଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ।