କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

!!! ରାମନାଗୁଡ଼ା ରୁ ପ୍ରତିନିଧି ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା) :- ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଭାବନା କକ୍ଷ ରେ ଶନିବାର ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ସଭାପତିତ୍ୱ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସେକ୍ସନ ଅଫିସର ସୁରେନ୍ଦ୍ର ମହାପାତ୍ର, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ,ବ୍ଲକ ଉପାଧକ୍ଷା ଜାନକୀ ନିମାଲା ମଞ୍ଚାସୀନ ଥିବା ବେଳେ ବ୍ଲକ ମଙ୍ଗଳ ଅଧିକାରୀ ଜୟଶ୍ରୀ ବିଷୋୟୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ସମେତ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରୁ ଯୋଗ ଦେଇଥିବା କ୍ରୀଡା ଶିକ୍ଷକ, ବିଭିନ୍ନ ବିଭାଗୀୟ କର୍ମଚାରୀ ,ସରପଞ୍ଚ ,ସମିତି ସଭ୍ୟ ଓ ସଭ୍ୟା ,ଗଣମାଧ୍ୟମ ପ୍ରତିନିଧିମାନେ ଏହି ବୈଠକ ରେ ଅଂଶଗ୍ରହଣ କରି ଚଳିତ ମାସ ୦୯ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସକାଳ ୮ ଟା ରେ ଆଦର୍ଶ ବିଦ୍ୟାଳୟ ନିକଟ ମିନି ଷ୍ଟାଡିୟମରେ କ୍ରୀଡା ଉତ୍ସବ ପାଳନ କରିବା ପାଇଁ ଆଲୋଚନା କରିଥିଲେ ।

କ୍ରୀଡା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି।ଏହି କ୍ରୀଡା ଉତ୍ସବ କୁ ସଫଳ କରିବା ନିମନ୍ତେ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଓ ଲୋକ ପ୍ରତିନିଧି ମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ କୁ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ପରିଚାଳନା କରିବା ସହ ବୈଠକ ରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *