ଆହାର କେନ୍ଦ୍ର ରେ ନିମ୍ନମାନର ଖାଦ୍ୟ ଚାଖି ପ୍ରଶାସକ ଖପ୍ପା …!

ଏଥର ସମ୍ଭାଳ (ବ୍ୟୁରୋ)- ଗୁଣପୁର ଉପ ଜିଲ୍ଲାପାଳ ଲଲିତ କୁମାର କହଁର ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରି ବିକ୍ରି କରୁଥିବା ଖାଦ୍ୟର ମାନ ପରଖିଛନ୍ତି । ଉପଜିଲ୍ଲାପାଳ ଙ୍କ ସହିତ ଯାଇଥିବା ସ୍ଥାନୀୟ ତହସିଲଦାର ଶରତ ଚନ୍ଦ୍ର ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ସ୍ଥାନୀୟ ବିଡିଓ ଶାନ୍ତି ପ୍ରଭା ପ୍ରଧାନ, ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ସମ୍ପପାଦକ ଚନ୍ଦ୍ର ଧ୍ଵଜ ପଣ୍ଡା  ଲିମା କେନ୍ଦ୍ର ରେ ରନ୍ଧା ଖାଦ୍ୟ କୁ ଖାଇଥିଲେ । ଖାଦ୍ୟର ମାନ ନିମ୍ନ୍ ମାନ ହୋଇଥିବାରୁ ସୁଶ୍ରୀ ଝୋଡ଼ିଆ କେନ୍ଦ୍ର ପରିଚାଳକ ଙ୍କ ଉପରେ ଖପ୍ପା ହୋଇଥିଲେ । ବର୍ତ୍ତମାନ ସମୟରେ ବଜାରରେ ପରିବାଦର ଖୁବ୍ ଶାସ୍ତା ଥିବା ବେଳେ ତିଆରି ହୋଇଥିବା ଡାଲମା ରେ ଆବଶ୍ଯକ ପରିମାଣ ରେ ପାରିବା ପକାଯାଇ ନଥିବା ଏବଂ ତିଆରି ଡାଲ ମା ବହୁ ପତଳା ହୋଇଥିବାରୁ ନିର୍ବାହୀ ଅଧିକାରୀ ପରିଚାଳକ ଙ୍କୁ ତାଗିଦ୍ କରିଛନ୍ତି । ଏହି କେନ୍ଦ୍ରରେ ନିୟମିତ ୫୦୦ ଜଣ ହିତାଧିକାରୀ ଙ୍କ ନିମନ୍ତେ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା ଥିବା ବେଳେ ନିୟମିତ ଅଙ୍କ ବିଶିଷ୍ଟ ସଂଖ୍ୟା ତପୁ ନଥିବା ଅଭିଯୋଗ ହେଉଛି । ପ୍ରାଶାସନିକ ଅଧିକାରୀ ମାନେ ତଦାରଖ କରିବା ପାଇଁ ଯିବା ଦିନ ମାତ୍ର ୪୦ ଜଣ ବ୍ଯକ୍ତି ହିଁ ଖାଇବାକୁ ଥିବା ଦେଖା ଯାଇଥିଲା ।

ଏହି କେନ୍ଦ୍ରରେ ଦିଆ ଯାଉଥିବା ଏଭଳି ନିମ୍ନ୍ ମାନ ର ଖାଦ୍ୟ ଯୋଗୁଁ ଲୋକେ ଏଠାରୁ ମୁହଁ ଫେରାଇ ନେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପ୍ରଶାସନର ନିୟମିତ କଡା ଯାଞ୍ଚ ନଥିବାରୁ ଉପ ଭୋକ୍ତା ଠିକ୍ ଭାବେ ଏହାର ସୁବିଧା ପାଉନଥିବା ବେଳେ ପରିଚାଳନା କର୍ତ୍ତୃପକ୍ଷ ମାଲାମାଲ୍ ହେଉଥିବା କୁହା ଯାଇଛି । ପ୍ରସାଶନିକ ଅଧିକାରୀ ଙ୍କ ଏଭଳି ଅଚାନକ ପରିଦର୍ଶନ କୁ ସାଧାରଣରେ ସ୍ଵାଗତକରିବା ସହ ନିୟମିତ ବ୍ୟବଧାନରେ ଯାଞ୍ଚ ର ଆଶା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *