!!! ବଲାଙ୍ଗୀର ରୁ ପ୍ରତିନିଧି ଜୀତେଶ କୁମାର ଶତପଥୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବଲାଙ୍ଗୀର) – ବଲାଙ୍ଗୀର ଠାରେ ବାହାର ରାଜ୍ୟ ମିସ୍ତ୍ରୀ ଓ ଶ୍ରମିକ ଙ୍କୁ ନେଇ ବିବାଦ ଘାନେଇଛି। ଓଡ଼ିଆ ଓ ବଙ୍ଗାଳି ମିସ୍ତ୍ରୀ ଙ୍କ ମଧ୍ୟରେ ମୁହାଁ ମୁହିଁ ସ୍ଥିତି ଉପୁଜିଛି। ଗତ କିଛି ଦିନ ତଳେ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ବାହାର ମିସ୍ତ୍ରୀ ଓ ଶ୍ରମିକଙ୍କୁ ସହାୟତା ନକରିବାକୁ ନିଷ୍ପତି ନେଇଥିଲା |ରାଜ୍ୟ ବାହାରୁ ଆସି ବଲାଙ୍ଗୀର ସହରରେ କାମ କରୁଥିବା ରାଜ ମିସ୍ତ୍ରୀଙ୍କୁ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିରୋଧ କରାଯାଇଛି |ଜଣେ ମହିଳା ଏହାର ପ୍ରତିବାଦ କରି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଟାଉନ ଥାନା କୁ ଆସି ଘଟଣା ର ଓଲଟା ପ୍ରତିବାଦ କରାଯାଇଛି |ଗତ ସୋମବାର ସ୍ଥାନୀୟ କଲେଜ ଛକ ଠାରେ ଜଣେ ବାହାର ରାଜ୍ୟର ମିସ୍ତ୍ରୀ ଙ୍କୁ ଜଣେ ମହିଳା କିଛି ନିର୍ମାଣ ଶ୍ରମିକ ଯୋଗାଇଥିଲେ |
ଏହାକୁ ନିର୍ମାଣ ଶ୍ରମିକ ସଂଘର କିଛି ସଦସ୍ୟ ବିରୋଧ କରିଥିବା ରୁ ରାଜୀବନଗର ରେ ସୀତା ସାହୁ ନାମକ ଜଣେ ମହିଳା ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ |ମହିଳାଙ୍କ ଏପରି ଅଭିଯୋଗ ପ୍ରତିବାଦରେ ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁସଂଘ ସଭାପତି ଶମ୍ବୁନାଗ ନେତୃତ୍ୱରେ ବଲାଙ୍ଗୀର ରାଜ ମିସ୍ତ୍ରୀ ମାନେ ସନ୍ଧ୍ୟାରେ ଟାଉନ ଥାନାକୁ ଆସି ଏକ ପାଲଟା ଲିଖିତ ଅଭିଯୋଗ କରିଛନ୍ତି | ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ବଲାଙ୍ଗୀର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ବାହାର ମିସ୍ତ୍ରୀ ଓ ଶ୍ରମିକଙ୍କୁ ସହାୟତା ନକରିବାକୁ ନିଷ୍ପତି ହୋଇଇଥିଲା |