ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)- ଜାନୁଆରୀ ୧୮ ରୁ ୨୨ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଠାରେ ଚଇତି ୨୦୨୨ ପାଳନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଚନ୍ଦ୍ରପୁର ଓ ଗୁଡାରି ବ୍ଲକ ଉପକଣ୍ଠ ମିନାଝୁଲାର ପବିତ୍ର ଶୈବପୀଠ ନିକଟସ୍ତ ତ୍ରିବେଣୀ ସଙ୍ଗମ ଠାରୁ ପବିତ୍ର ଅଭିମନ୍ତ୍ରୀତ ଜଳ ସଂଗ୍ରହ କରାଯିବା ପରେ କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଦ୍ ଭାବନା ଗୃହ ଠାରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ତାପସ କୁମାର ଭୋଇ ଙ୍କ ତତ୍ତ୍ଵାବଧାନରେ ସମିତି ଅଧ୍ୟକ୍ଷା ଅମ୍ରିତା କାଡ୍ରାକା ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଜିପିଓ ମାନସ ପ୍ରଧାନ, ଡିକେଡିଏ ର ସ୍ଵତନ୍ତ୍ର ଅଧିକାରୀ ସଲମନ୍ ରାଇକା, ମଞ୍ଚାସିନ ରହିଥିବା ବେଳେ ବ୍ଲକ କଳା ଓ ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ପଦାଧିକାରୀ , ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ ଓ ଡ୍ରାଇଭର ସଂଘ , ବଣିକ ସଂଘ ସଦସ୍ୟଙ୍କ ଉପସ୍ଥିତି ରହି ବ୍ଲକ ଚଇତି ମହୋତ୍ସବକୁ କିଭଳି ସୁଚାରୁ ରୂପେ ପାଳନ କରାଯିବ ଏନେଇ ଆଲୋଚନା କରି ବିଭିନ୍ନ ଦାୟିତ୍ଵ ସମ୍ପାଦନା ପାଇଁ ସ୍ଵତନ୍ତ୍ର କମିଟି ଗଠନ କରାଯାଇଛି । ଚଇତି ମହୋତ୍ସବ ପାଳନ ବେଳେ ୧୦ ଗୋଟି ଷ୍ଟଲ୍ ବିଭିନ୍ନ ବିଭାଗ ତରଫରୁ କରାଯିବାର ବ୍ୟବସ୍ଥା କରାଯିବା ପାଇଁ ଆଲୋଚନା ହେଇଥିଲା । ତାସହ ଜାନୁଆରୀ ୪ରେ ସେରିଗୁମା ମିନି ଷ୍ଟାଡିୟମ ଠାରେ ଓ ୬ ତାରିଖରେ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟର ପରିସର ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ସର୍ବ ସହମତିରେ ନିଷ୍ପତି ନିଆଗଲା । ଏହି ବୈଠକକୁ ମଙ୍ଗଳ ଅଧିକାରୀ ଶ୍ରୀ ଚନ୍ଦନ ଦାସ ବାଙ୍ଗାରି ପରିଚାଳନା କରିଥିଲେ।