ଗୋଗୁପାଡୁ ପଂଚାୟତ ରେ ବିଡ଼ିଓ ଙ୍କ ଅଭିଯୋଗ ଶୁଣାଣି ।

ଏଥର ସମ୍ଭାଳ ବ୍ୟୁରୋ (ରାମନାଗୁଡା) – ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଂଚାୟତ କାର୍ଯ୍ୟାଳୟ ଠାରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟ, ନାଏବ ସରପଞ୍ଚ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣାଣି କରିଥିବା ବେଳେ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ପଂଚାୟତ ନିର୍ବାହୀ ଅଧିକାରୀ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ,,ଗ୍ରାମ୍ୟ ରୋଜଗାର ସେବକ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,, ପାନୀୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ,ବିପିସି ଅଧିକାରୀ,ଯୋଗାଣ ସହାୟକ ଓ ପଂଚାୟତ ଅଧିନ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।ଏଥିରେ ସମୁଦାୟ ୨୪୭ ଟି ଆବେଦନକାରୀ ଙ୍କ ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ଏହି ଅଭିଯୋଗ ସମ୍ପର୍କରେ ଆଶୁ ସମାଧାନ ନିମନ୍ତେ ବିଭାଗୀୟ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ନିର୍ଦ୍ଦେଶ ଦେଇଥିଲେ । ପଂଚାୟତ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବାରୁ ଲୋକଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ ହୋଇ ପାରିବ ବୋଲି ମତ ସାଧାରଣରେ ଆଶା ପ୍ରକାଶ ପାଇଥିଲା ,। ଏହି ଅଭିଯୋଗ ଶୁଣାଣି କୁ ଗ୍ରାମ୍ୟ ରୋଜଗାର ସେବକ ଏବଂ ଯୋଗଣ ସହାୟକ ପରିଚାଳନା କରିଥିବା ବେଳେ ଏଥିରେ ପଂଚାୟତ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *