ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ସାଧାରଣ ଜନତା ଙ୍କ ଅଧିକାର କୁ ଦୃଷ୍ଟି ରେ ରଖି ଦେଶ ରେ ରାଷ୍ଟ୍ରପତି ଓ ରାଜ୍ୟ ରେ ରାଜ୍ୟପାଳ ଙ୍କ ଅନୁମୋଦନ ରେ ସୁଚନା ଅଧିକାର ଆଇନ ୨୦୦୫ ଆଇନ ପ୍ରଣୟନ କରାଯାଇ ଜଣେ ସାଧାରଣ ଲୋକ ସୁଚନା ପାଇବାର ଅଧିକାର ରହିଥିବା ବେଳେ ଏବେ ଏ ଅଧିକାର କୁ ରାୟଗଡ଼ା ଜିଲ୍ଲା ଅଧୀନ ରେ ଥିବା ଆଞ୍ଚଳିକ ସଡକ ଓ ପରିବହନ ବିଭାଗ ର ଲୋକ ସୁଚନା ଅଧିକାରୀ ସୁଚନା ଅଧିକାର ଆଇନ କୁ ବେଖାତିର୍ କରି ଅକାମି କରି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ସଙ୍ଗିନ୍ ଅଭିଯୋଗ ଆସିଛି ।
ସୁଚନା ଅଧିକାର ଆଇନ ୨୦୦୫ ଅନୁଯାୟୀ ଆବେଦନ ପତ୍ର ୫(କ) କ୍ରମେ ସୁଚନା ପାଇବା ନିମନ୍ତେ ଗତ ଦିନରେ କିଛି ତଥ୍ୟ ନିମନ୍ତେ ଆବେଦନ କରଯାଇଥିଲା ।
ଏହାର କୌଣସି ତଥ୍ୟ ପ୍ରଦାନ କରାନଯିବା ରୁ ଦୀର୍ଘ ୪୫ ଦିନ ପରେ ଅଧୀନିୟମ ର ୫ (ଘ) ମାଧ୍ୟମ ରେ ପ୍ରଥମ ଅପିଲ ଅଥରିଟି ଙ୍କୁ ପୁଣି ଏହି ତଥ୍ୟ ଯୋଗାଇ ଦିଆଯିବା ନେଇ ଆବେଦନ କରଯାଇଥିଲା ।
ତଥାପି ଏଯାବତ ଆବେଦନ କାରି ଙ୍କୁ କୌଣସି ତଥ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଯେମିତି କି ଏହି ଆଇନ କୁ ସମ୍ପୃକ୍ତ ଅଧିକାରୀ ବେଖାତିର୍ କରିବା ସହ ଜନତା ଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରିଛନ୍ତି ।
ଏଥି ପ୍ରତି ରାଜ୍ୟ ସୁଚନା ଅଧିକାର କତୃପକ୍ଷ ଦୃଷ୍ଟି ଦେଇ ସମ୍ପୃକ୍ତ ଅଧିକାରୀ ଙ୍କ ବିରୋଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବି ହୋଇଛି ।