ଗୁଣୁପୁର ବଂଶଧାରା ଆବାସିକ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା…!
ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ବଂଶଧାରା ଆବାସିକ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ, ପରିଚାଳନା କମିଟି, ଅଧ୍ୟାପକ, ଅଧ୍ୟାପିକାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅଭିଭାବକଙ୍କ ସହଯୋଗରେ ଆଜିର ଏହି ସଫଳତା ହୋଇପାରିଛି ବୋଲି ଅନୁଷ୍ଠାନର ସଭାପତି ଲକ୍ଷ୍ମୀ ନାରାୟଣ ମହାଙ୍କୁଡ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଜି ସାଇ ଶ୍ରୀ ସୁବୁଦ୍ଧି ସର୍ବାଧିକ (୫୭୦/୬୦୦) ୯୫% ପ୍ରତିଶତ ମାର୍କ ରଖି ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନୁଷ୍ଠାନର ୬୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ଜଣ ପ୍ରଥମ ସ୍ଥାନ ଏବଂ ୩ ଜଣ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସମୁଦାୟ ୬୩ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଛାତ୍ର ଛାତ୍ରୀ ୫୦୦ ରୁ ଉର୍ଦ୍ଧ ମାର୍କ ରଖି ଅନୁଷ୍ଠାନର ଗୌରବ ବଢାଇଛନ୍ତି । ଅନୁଷ୍ଠାନର କର୍ତ୍ତୃପକ୍ଷ ଶତ ପ୍ରତିଶତର ଶ୍ରେୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା , ଅବିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଦେଇଛନ୍ତି । ଏହି ସଫଳତା ଅବସରରେ ସହର ର ବିଭିନ୍ନ ମହଲ, ବୁଦ୍ଧିଜୀବୀ ତଥା ବିଭିନ୍ନ ଛାତ୍ର ସଂଘଠନ ତତଫରୁ ଶୁଭେଛାର ସୁଅ ଛୁଟୁଛି।

