ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟ ଗୁଣୁପୁର କୁ ଏନ. ଆଇ. ଆର .ଏଫ. ର ଇଂଞ୍ଜିନିୟରିଂ ବର୍ଗରେ ରଂକିଙ୍ଗ ଵ୍ୟଣ୍ଡ- ୨୫୧-୩୦୦ ରେ ମାନ୍ୟତା ପ୍ରାପ୍ତ ପାଇଛି। ଏହା ଵିଶ୍ଵ ବିଦ୍ୟାଳୟ ର ଉଚ୍ଚ କୋଟିର ଶିକ୍ଷାଦାନ,ଗବେଷଣା,ଉନ୍ନତ ଭିତ୍ତିଭୂମି,ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କୃତିତ୍ୱ, ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ସଫଳତା ଆଧାରରେ ଏହି ମାନ୍ୟତା ହାସଲ କରିଛି।ଏହି ସଫଳତା ପାଇଁ ଵିଶ୍ଵ ବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା,ଉପ-ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା,ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା,କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡ଼ଃ ଏ ନ .ଭି.ଜଗନ୍ନାଧ ରାଓ ପ୍ରମୁଖ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ,ଛାତ୍ରଛାତ୍ରୀ , ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।