ଏଥର ସମ୍ଭାଳ ବ୍ୟୁରୋ (କଟକ)- କଟକ ଜିଲ୍ଲା ରେ ରାଜ୍ୟସ୍ତରୀୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ ହେଇଯାଇଛି । ଉକ୍ତ ବୈଠକ ଟିକୁ ମାନବାଧିକାର ମିସନ ସଭାପତି ଦିଲ୍ଲୀପ କୁମାର ଧଳ ଏବଂ ମହିଳା ସଭାପତି ଆରତୀ ମଙ୍ଗରାଜ୍ ଙ୍କ ଉପସ୍ଥିତରେ କଟକ ସ୍ଥିତି ଦରଖା ପାଟନା ,ରାଜ ଗାଡେନ୍ ଠାରେ ରାଜ୍ୟର ସମସ୍ତ ଜିଲ୍ଲାର ଶୃଙ୍ଖଳୀତ ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଟିକୁ ନିରଞ୍ଜନ ସେନାପତି ଅତି ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲା ରୁ ଏହି ବୈଠକରେ ଯୋଗଦେଇଥିବା ସମସ୍ତ ଗୃହରକ୍ଷୀ କର୍ମଚାରୀ ଶୃଙ୍ଖଳା ର ସହିତ ସହଯୋଗ କରିଥିଲେ । ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ନୂତନ ସଭାପତି ଭାବରେ ରଞନ କୁମାର ମଲିକ, କାର୍ଯ୍ୟକାରି ସଭାପତି, ଭଜମନ ମହାନ୍ତି, ରଘୁନାଥ ମହାନ୍ତି, ଉପସଭାପତି, ସୁସାନ୍ତ ପଣ୍ଡା, ପ୍ରଭାତ ବାରିକ, ସମ୍ପାଦକ ଭାବେ ବିଚିତ୍ରାନନ୍ଦ ବିଶ୍ୱାଳ, ସହ ସମ୍ପାଦକ , ବିରାଜ କୁମାର ପ୍ରଧାନ, ପ୍ରଦୀପ୍ କୁମାର୍ ପତି, କୋଷାଧ୍ୟକ୍ଷ ଭାବେ , ଉମାକାନ୍ତ ରାଉତ, ଉପ କୋଷାଧ୍ୟକ୍ଷ ଭାବେ, ସୁଭକାନ୍ତ ପାଣି, ଇ,ନରେଶ ଦୋରା, ଉପଦେଷ୍ଟା, ଭାବେ ମାନବାଧିକାର ମିସନ ସଭାପତି, ଦିଲ୍ଲୀପ କୁମାର ଧଳ,ମହିଳା ସଭାପତି ଆରତୀ ମଙ୍ଗରାଜ୍ , ଦେବାଶିଷ ମହାନ୍ତି, ନ୍ୟାୟ ପରାମର୍ଶ ଦାତା ଭାବେ ଗାନେନ୍ଦୈ ମହାନ୍ତି ଏବଂ ସୋରଜ କୁମାର ମହାନ୍ତି ଙ୍କୁ ଚୟନ କରାଯାଇଛି । ରାଜ୍ୟରେ ଥିବା ଅନେକ ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କୁ ଅନେକ ଉପରିସ୍ତ ଅଧିକାରୀ ମାନେ ନାହିଁନ ଥିବା ନିର୍ଯାତନା ଦେଉଥିବା ଏବଂ ରାଜ୍ୟ ସରକାର ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ଅଣଦେଖା କରୁଥିବା , ବୌଠକ ରେ ଗୃହରକ୍ଷୀ ମାନଙ୍କ ର ଦରମା ବୃଦ୍ଧି ଏବଂ ସମାନ କାମ କୁ ସମାନ ଦରମା ଓ ଛବର୍ଷ ହେଉଥିବା ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ରେଗୁଲାର୍ କରିବା ଏପରି ଅନେକ ସମସ୍ୟା କୁ ନେଇଁ ଆଲୋଚନା ମଧ୍ୟ କରାଯାଇଥିଲା । ସେଷରେ ସମ୍ପାଦକ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଗୃହରକ୍ଷୀ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ ।