ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଢେଙ୍କାନାଳରୁ ଲଢ଼ିବେ ମହେଶ ସାହୁ । କଟିଲେ ବାଦଲ ବଂଚିତ ପ୍ରିୟ, ଚାପରେ ସଫଳ ସୌମ୍ୟ । ମଧ୍ୟବାସୀଙ୍କ ମେମୋରି କୁ ତାଜା କରିବ ବୁନୁ ଙ୍କ ବିବାଦୀୟ ସେକ୍ସ ସିଡ଼ି ।
ଆଜି ପୁଣି ପ୍ରକାଶ ପାଇଛି ବିଜେଡିର ପ୍ରାର୍ଥୀ ତାଲିକା | ପ୍ରକାଶିତ ତାଲିକା ଅନୁଯାୟୀ ଢେଙ୍କାନାଳ ଲୋକସଭା ଆସନରୁ ବିଧାୟକ ମହେଶ ସାହୁ ଲଢ଼ିବାକୁ ଥିବା ବେଳେ କେନ୍ଦୁଝରରୁ ଲଢ଼ିବେ ଚନ୍ଦ୍ରାଣି ମୁର୍ମୁ |
ସେହିପରି ବହୁ ପ୍ରତିକ୍ଷିତ ଭୁବନେଶ୍ୱର ଆସନରୁ ଦୁଇଜଣ ଯାକ ବିଧାୟକ ଙ୍କୁ ବାଇ ବାଇ କରିଛି ବିଜେଡି | ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ରୁ ନିର୍ବିବାଦୀୟ ବିଧାୟକ ବାଦଲ ମହାନ୍ତି ଙ୍କ ବଦଳରେ ପ୍ରାର୍ଥୀ କରିଛି ବିବାଦୀୟ ମେୟର ଅନନ୍ତ ନାରାୟଣ ଜେନା | ବିବାଦୀୟ ସେକ୍ସ ସିଡ଼ି ମାମଲାରେ ଜଡିତ ହୋଇ ଦଳକୁ ଓ ସରକାରଙ୍କୁ ବଦନାମ କରିଥିବା ଅନନ୍ତ ଙ୍କୁ ପ୍ରାର୍ଥୀ କରି ଗୋଟାଏ ରିସ୍କ ନେଇଛି ବିଜେଡି | ଆଉ କୌଣସି ଅଦୃଶ୍ୟ କାରଣ ପାଇଁ ବୁନୁ ଙ୍କ ଚାପ ଆଉ ଜିଦ ଆଗରେ ମୁଣ୍ଡ ନୁଆଁଇଛି ଦଳ ଆଉ ଦଳର ମୁଖିଆ | ଆଉ ବିରୋଧୀ ଦଳ ପକ୍ଷରୁ ଲୋକ ଙ୍କ ମେମୋରି କୁ ତାଜା କରିବା ପାଇଁ ପୁଣି ସେଇ ବିବାଦୀୟ ସେକ୍ସ ସିଡ଼ି ବଜାରକୁ ଆସିବାର ସମ୍ଭାବନା ଅଛି |
ଆଉ ଉତ୍ତର ଭୁବନେଶ୍ୱରରୁ କଟିଛନ୍ତି ବିଧାୟକ ପ୍ରିୟଦର୍ଶୀ ମିଶ୍ର | ପୂର୍ବରୁ ଯାହା ଚର୍ଚା ହେଉଥିଲା ଜଣେ ଜମି ବ୍ୟବସାୟୀଙ୍କୁ ଦଳ ପ୍ରାର୍ଥୀ କରିବ , ତାହାହିଁ ହୋଇଛି | ଉତ୍ତର ରୁ ଜଣେ ବ୍ୟବସାୟୀ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରିଛି | ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଅଭିସନ୍ଧିରେ ସଫଳ ହୋଇଛନ୍ତି | ତାଙ୍କ ଚାପ ଆଗରେ ଦଳ ତାଙ୍କୁ ଖଣ୍ଡପଡ଼ା ଆସନ ଲଢ଼ିବାକୁ ଦଳୀୟ ପ୍ରାର୍ଥୀ କରିଛି | ସେହିପରି ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ପାଲଲହଡା ରୁ ମୁକେଶ ପାଲ, କୋରେଇ ରୁ ବବି ଦାସ ଙ୍କ ସମର୍ଥିତ ପ୍ରାର୍ଥୀ ଅଶୋକ ବଳଙ୍କୁ ପ୍ରାର୍ଥୀ କରାଯାଇଛି | ସେହିପରି ଆଠମଲ୍ଲିକ ରୁ ରମେଶ ସାଏଙ୍କୁ ଦଳ ପ୍ରାର୍ଥୀ କରିଛି |