ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ଗୁଣପୁର ଲ୍ୟାମ୍ପ୍ସ ର ୧୫ ଗୋଟି ନିର୍ଦ୍ଦେଶକ ପଦବୀ ପାଈଁ ଗତ ୨୯/୦୫/୨୦୨୨ ରିଖ ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଗତ ଶୁକ୍ରବାର ଦିନ ଏଥି ଲାଗି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଦିନ ରହିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ କୌଣସି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହୋଇନଥିବା ଲ୍ୟାମ୍ପ୍ସ ପକ୍ଷରୁ ସୂଚନା ମିଳିଛି । ସମୁଦାୟ ୫୧ ଗୋଟି ପ୍ରାର୍ଥୀ ପତ୍ର ମଧ୍ୟରୁ ୭ ଗୋଟି ପ୍ରାର୍ଥୀ ପତ୍ର ନାକଚ ହୋଇଥିବା ଫଳରେ ୪୪ ଗୋଟି ପ୍ରାର୍ଥୀ ଙ୍କ ନାମାଙ୍କନ କାୟମ ରହିଛି ବୋଲି ବିଜ୍ଞାପନ ଫଳକ ରେ ୦୩/୦୬/୨୦୨୨ ତାରିଖ ଦିନ ନିର୍ବାଚନୀ ପ୍ରତୀକ ସହ ତାଲିକା ପ୍ରକାଶ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟ ରେ ୦୪/୦୬/୨୦୨୨ ତାରିଖ ଦିନ ଚଂଚକତା କରି ପୁଣି ଆଉ ଥରେ ସେହି ତାରିଖ ଦର୍ଶାଇ ଅନ୍ୟ ଗୋଟିଏ ସଂଶୋଧିତ ୪୩ ଜଣ ପ୍ରାର୍ଥୀ ଙ୍କ ନାମ ରହିଥିବା ତାଲିକା ପ୍ରକାଶ କରାଯାଇଥିଲା । ନିର୍ବାଚନ ଅଧିକାରୀ , ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ ଠାରୁ ପ୍ରତୀକ ପ୍ରଦାନ ତାଲିକା ପର୍ଯ୍ୟନ୍ତ ତାଲିକା ବିଜ୍ଞାପନ ଫଳକରେ ପ୍ରତ୍ୟେକ ଥର ଲଗାଯାଇ ପୁଣି ସଂଶୋଧିତ ତାଲିକା ଲଗା ଯାଉଥିଲା । ପ୍ରାର୍ଥୀ ଗୌରୀ ଗମାଙ୍ଗ ଙ୍କ ସମେତ , ପୂର୍ବତନ ସଭାପତି ଅଶ୍ୱିନ ଗମାଙ୍ଗ , ପୂର୍ବତନ ନିର୍ଦ୍ଦେଶକ ଦେବେନ୍ଦ୍ର ଚୌଧୁରୀ , ପୂର୍ବତନ ନିର୍ଦ୍ଦେଶକ ବାଲା କ୍ରୀଷ୍ଣା ରାଓ ଏକ ସଙ୍ଗ ରେ ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ଜଣେ ବ୍ୟକ୍ତି ଗୋଟିଏ ରୁ ଉର୍ଦ୍ଧ ନିର୍ବାଚନ ମଣ୍ଡଳୀ ରେ ନିଜ ନାମାଙ୍କନ ଦାଖଲ କରିପାରିବେ ନାହିଁ କହି ଗୌରୀ ଗମାଙ୍ଗ ଙ୍କ ସହ ଅନ୍ୟ ମାନଙ୍କ ନାମାଙ୍କନ ପତ୍ର ଗୁଡିକୁ ନିର୍ବାଚନ ଅଧିକାରୀ ସମୀର ସ୍ୱାଇଁ ଉପରକ୍ତ ପ୍ରାର୍ଥୀ ଙ୍କୁ ବିନା ସୂଚାଇ ନିଜ ଇଚ୍ଛା ମୁତାବକ ରାଜନୈତିକ ପ୍ରରୋଚନାରେ ପଡ଼ି ଗୋଟିଏ କୁ କାୟମ ରଖି ଅନ୍ୟ ଟିକୁ ରଦ୍ଧ କରିଦେଇଥିବା ଅଭିଯୋଗ ହେଉଛି । ନାମାଙ୍କନ ପତ୍ର ଦାଖଲ ବେଳେ ଚଂଚକତା କରି ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର କୁ ଓଲଟ ପାଲଟ କରି ସେମାନେ ଚାହୁଁ ଥିବା ନିର୍ବାଚନ ମଣ୍ଡଳୀ ବଦଳ ରେ ଅନ୍ୟତ୍ର ସେମାନଙ୍କ ନାମାଙ୍କନ କୁ କାୟମ କରିଥିବା ଅଭିଯୋଗ ଉଠିଛି । ନିର୍ବାଚନ ଟି ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ନିର୍ବାଚନ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେ ନିଜେ ଏଥିରେ ଚଂଚକତା କରୁଥିବା ନେଇ ଡ଼ି ଆର ସି ଏସ ଙ୍କୁ ଗୌରୀ ଗମାଙ୍ଗ ଅଭିଯୋଗ କରିବା ପରେ ମଧ୍ୟ ଏଥି ପ୍ରତି କୌଣସି ପଦକ୍ଷେପ ନିଆଯାଇ ନାହିଁ । ସମ୍ପୃକ୍ତ ନିର୍ବାଚନ ଅଧିକାରୀ ଲ୍ୟାମ୍ପରେ ଡ଼ାଇରେକ୍ଟର ପଦବୀ ନିମନ୍ତେ ପ୍ରତିଦ୍ବନ୍ଧିତା କରୁଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ ଉଠିଛି । ଦୀର୍ଘ ସମୟ ଧରି ଉକ୍ତ ରାଜନୈତିକ ପ୍ରତିଦ୍ୱନ୍ଦୀ ଏବଂ ତାଙ୍କ ସମର୍ଥକ ଙ୍କ ସହ ବସି ଲ୍ୟାମ୍ପ୍ ର ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଓ ସମସ୍ତ ନାମାଙ୍କନ ପତ୍ର ତାଙ୍କ ହାତ ରେ ଦେଇ ୩୦/୦୫/୨୦୨୨ ତାରିଖ ଦିନ ଉକ୍ତ ନାମାଙ୍କନ ପତ୍ର ଗୁଡିକୁ ଛେଡ ଛାଡ଼ କରାଯାଇଥିବା ଅଭିଯୋଗ ହେଉଛି । ଉକ୍ତ ୩୦/୦୫/୨୦୨୨ ଦିନ ଠାରୁ ନିର୍ବାଚନ ଅଧିକାରୀ ଲ୍ୟାମ୍ପ୍ କାର୍ଯ୍ୟାଳୟ କୁ ନ ଆସି କୌଣସି ଏକ କାମର ବାହାନା କରି ଲୁଚି ରହିବା ଏବଂ କେବଳ ଦୁଇ ଦିନ ସହ ନିର୍ବାଚନ ଅଧିକାରୀ ଙ୍କୁ ପଠାଇ କୌଣସି କାଗଜ ପତ୍ର ନଦେଇ ଚଂଚକତା କରୁଥିବା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟଶୈଳୀ କୁ ଅଙ୍ଗୁଳି ନିର୍ଦେଶ କରୁଛି । ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଓ ନାମାଙ୍କନ ପତ୍ର ଲ୍ୟାମ୍ପ୍ କାର୍ଯ୍ୟାଳୟ ଠାରେ ରଖିବା ଏବଂ ସମସ୍ତ ନିର୍ବାଚନୀ କାର୍ଯ୍ୟ ଲ୍ୟାମ୍ପ୍ ପରିସର ମଧ୍ୟରେ କରାଯିବା ନେଇ ବିଜ୍ଞପ୍ତି ଥିବା ବେଳେ ନିର୍ବାଚନ ଅଧିକାରୀ ଏହାକୁ ନିଜ ଅଧିନ ରେ ରଖିଥିବା ଓ ନିଜେ ସମସ୍ତ ନୋଟିସ ଗୁଡିକୁ ଅନ୍ୟତ୍ର ପ୍ରସ୍ତୁତ କରି ଲ୍ୟାମ୍ପ୍ ର ପରିଚାଳନା ନିର୍ଦେଶକ ଙ୍କୁ ଡକାଇ ତାଙ୍କ ଦ୍ଵାରା ନୋଟିସ ବୋର୍ଡ଼ ରେ ଲଗାଇବା ଭଳି କାର୍ଯ୍ୟ କୁ ସାଧାରଣ ରେ ନିନ୍ଦା କରାଯାଇଛି । ଜଣେ ପ୍ରାର୍ଥୀ ଦୁଇଟି ନିର୍ବାଚନ ମଣ୍ଡଳୀ ରେ ନାମାଙ୍କନ ଦାଖଲ କରିପାରିବେ ନାହିଁ ବୋଲି ନିର୍ବାଚନ ଅଧିକାରୀ ପ୍ରାର୍ଥୀ ମାନଙ୍କୁ ସୂଚାଇ ନଥିଲେ ଏବଂ ଏଥି ନିମନ୍ତେ କୌଣସି ବିଜ୍ଞପ୍ତି ମଧ୍ୟ ନୋଟିସ ବୋର୍ଡ଼ ରେ ଟଙ୍ଗାଇ ନଥିଲେ । ଏହି ବିଷୟ ନେଇ ନିର୍ବାଚନ ଅଧିକାରୀ ଙ୍କୁ ପଚାରି ବୁଝିବାରୁ ଏଭଳି ସୁଚାଇବା କିମ୍ବା ବିଜ୍ଞପ୍ତି ପ୍ରକାଶ କରି ଟଙ୍ଗାଇବା ନେଇ ଜରୁରୀ ନୁହଁ ବୋଲି ନିଜ ପ୍ରତିକ୍ରିୟା ରେ କହିଥିଲେ । ଜଣେ ପ୍ରାର୍ଥୀ ଦୁଇ ଗୋଟି ସ୍ଥାନ ରେ ନାମାଙ୍କନ ଦାଖଲ କରିପାରିବେନି ବୋଲି ପ୍ରାର୍ଥୀ ଙ୍କୁ ନ ସୂଚାଇ ସେମାନେ ଏକ ସଙ୍ଗେ ଦାଖଲ କରିଥିବା ନାମାଙ୍କନ ମଧ୍ୟରୁ ଯେଉଁଟି ନିର୍ବାଚନ ଅଧିକାରୀ ଙ୍କ ଉପଦେଷ୍ଟା ତଥା ନିଜ ପାଖ ଲୋକ ଙ୍କ ନିମନ୍ତେ ଉପଯୁକ୍ତ ସେହି ନାମାଙ୍କନ କୁ ଉଦ୍ଦେଶ୍ୟ ମୂଳକ ଭାବେ ରଦ୍ଧ କରି ଅନ୍ୟ ଟି କାୟମ ରଖିଥିବା ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ପ୍ରାର୍ଥୀ ଙ୍କ ଦ୍ଵାରା ନିର୍ବାଚନ ଅଧିକାରୀ ଙ୍କ ନିକଟ ରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ନଥିପତ୍ର ର ସାର୍ଟିଫାଇଡ଼ କପି କୋର୍ଟ ଫି ଷ୍ଟାମ୍ପ ସହ ଜରୁରୀ କାଳୀନ ଆବେଦନ କରି ବାରମ୍ବାର କାର୍ଯ୍ୟାଳୟ କୁ ମାଗିବାକୁ ଯାଉଥିଲେ ମଧ୍ୟ ଏହାକୁ ଦିଆଯାଉନଥିବା ଏବଂ ଏହାକୁ ଜାଣିସୁଣି ବିଳମ୍ବ କରିବା ନେଇ ଉଦ୍ଦେଶ୍ୟ ମୂଳକ ଭାବେ ଡାକଯୋଗେ ପଠାଯିବ ବୋଲି ନିର୍ବାଚନ ଅଧିକାରୀ କହୁଥିବା ଅଭିଯୋଗ ହେଉଛି । କିଛି ପ୍ରାର୍ଥୀ ନିଜ ଇଚ୍ଛା ମୁତାବକ ଆବେଦନ କରିଥିବା ପ୍ରତୀକ ମାଗିଥିଲେ ମଧ୍ୟ ତାକୁ ଦିଆନଯାଇ ନିର୍ବାଚନ ଅଧିକାରୀ ଙ୍କ ମନ ଇଚ୍ଛା ମନଭାବ କୁ ସାଧାରଣ ରେ ନିନ୍ଦା କରାଯାଇଛି । ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ହସ୍ତକ୍ଷେପ ଜରୁରୀ ବୋଲି ଆବେଦନକାରୀ ପ୍ରାର୍ଥୀ ମାନେ ଦାବି କରିଛନ୍ତି ।
Home Breaking news ଲ୍ୟାମ୍ପ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ; ସନ୍ଦେହ ଘେରରେ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟ କଳାପ…!