ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ ମହିଳା….!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ଗାଁକୁ ରାସ୍ତା ନାହିଁ ପାହାଡ଼ ଉପରେ ଘର ଏପରି ସ୍ଥଳେ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଶେଷରେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ପ୍ରାୟ ଦୁଇ କିଲୋମିଟର ବୋହି ଜଙ୍ଗଲ ପାହାଡ଼ିଆ ରାସ୍ତାଦେଇ ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାଟାଙ୍ଗପଦର ଗ୍ରାମରେ।ଉକ୍ତ ଗ୍ରାମର ଆଲେମେ କୃଙ୍ଗେଲିକା ଙ୍କୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ଏହାପରେ ୧୦୮ ଆମ୍ବୁଲାନ୍ସ ସେବା କୁ ଯୋଗାଯୋଗ କରିଥିଲେ ପରିବାର ଲୋକେ।ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ଦୂରରୁ ଆଉ ଆମ୍ବୁଲାନ୍ସ ଗାଁକୁ ଯିବାକୁ ରାସ୍ତା ନାହିଁ। ଏପରି ସ୍ଥଳେ ବଦାନ୍ୟତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ ଡ୍ରାଇଭର ଉମାକାନ୍ତ ଦଳପତି,ଇ.ଏମ.ଟି ଦୁର୍ଗା ପ୍ରସାଦ ଜେନା ଆଉ ହେଲପର ସନ୍ତୋଷ କୁସିକା । ମହିଳାଙ୍କ ଗର୍ଭ ଯନ୍ତ୍ରଣା ବଢୁଥିବା ଦେଖି ଏକ ଷ୍ଟ୍ରେଚର ଯୋଗେ ବୋହି ଆଣି ସେଠାରୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛନ୍ତି।ତେବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ବଦାନ୍ୟତା କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *