ଏଥର ସମ୍ଭାଳ (ଗୁଡ଼ାରୀ) – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ଗୁଡ଼ାରୀ ବ୍ଳକ ଶାଖା ର ଏକ ବୈଠକ ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଦୂର୍ଗାପୂଜା ଗୋଷ୍ଠୀ କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଛି। ଗୁଡ଼ାରୀ ବ୍ଳକ ସଭାନେତ୍ରୀ ଶ୍ରୀମତୀ ରମା ବାଉରୀଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପସଭାପତି ତଥା ଗୁଡ଼ାରୀ ବ୍ଳକ ସଭାପତି ପ୍ରମୋଦ କୁମାର ପତି , ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ , ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖା କୁ ବିରୋଧ କରିବା ସହ ଦୃଢ଼ ବିରୋଧ କରିଥିଲେ। ଏବଂ ସରକାରଙ୍କ ଓଜନ ସପ୍ତାହ କାର୍ଯ୍ୟକ୍ରମ କରିବା ଦ୍ଵାରା କର୍ମୀମାନେ ବିଭ୍ରାନ୍ତ ହେଉଥିବା ରୁ ସେହି କାର୍ଯ୍ୟକ୍ରମକୁ ମୋବାଇଲ ମାଧ୍ୟମରେ ବନ୍ଦ କରି ସହି କାମକୁ ଖାତା ପତ୍ର ମାଧ୍ୟମରେ କରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦରମା ବିଭାଜିତ ହୋଇ ପ୍ରଦାନ କରୁଥିବାରୁ ଦୃଢ଼ ବିରୋଧ କରାଯାଇଥିଲା ଏପରିକି ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ବ୍ଳକର ସମସ୍ତ କର୍ମୀ ଏବଂ ସହାୟିକା ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତଙ୍କୁ ମମତା ବିର ଦଳାଇ ଧନ୍ୟବାଦ ଜଣାଇଥିଲେ।