!!! ନବରଙ୍ଗପୁର ରୁ ଜିଲ୍ଲା ପ୍ରତିନିଧି ଏସ୍. ଏନ୍. ପଟ୍ଟନାୟକ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ(ନବରଙ୍ଗପୁର) – ନବରଙ୍ଗପୁର ଜିଲ୍ଲା କୃଷିପ୍ରଧାନ୍ୟ ଜିଲ୍ଲା ହେଲେ ମଧ୍ୟ୍ୟ ବର୍ତ୍ତମାନ ବଜାର ଓ ଖାଉଟି ଦର ଆକାଶ ଛୁଆଁ ପରିବା ବଜାରରେ ବାଇଗଣ ୪୦ ଟଙ୍କା , ବିନିସ ୪୦ ଟଙ୍କା , ପୋଟଳ ୬୦ ଟଙ୍କା , କୋବି ୮୦ ଟଙ୍କା , ଭେଣ୍ଡି ୫୦ ଟଙ୍କା, କଞ୍ଚାଲଙ୍କା ୮୦ ଟଙ୍କା, ପିଆଜ ୩୦ ଟଙ୍କା ହୋଇଥିବା ବେଳେ ତେଲ ଲିଟର ପିଛା ୨୦୦ ଟଙ୍କା ତ କେଉଁଠି ୨୨୦ ଟଙ୍କା ପ୍ରଯନ୍ତ ବିକିବା ଦେଖିବା ମିଳିଛି l ପ୍ରାୟ ଦୋକାନ ମାନଙ୍କରେ ଦରଦାମ ତାଲିକା ଟଙ୍ଗା ଯାଉନି l
ମନ ମୁତାବକ ଦୋକାନରେ ବିକ୍ରି ହେଉଛି l ଗରିବ ଓ ମଧ୍ୟବିତ ପରିବାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l ପେଟ୍ରୋଲ ଦରବୃଦ୍ଧି ପୁରା ଭାରତବର୍ଷରେ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ବୋଝ ଥିବାବେଳେ ଏବେ ପରିବା ଓ ଖାଇବା ତେଲ ର ପ୍ରଭାବ ବେଶି ଦେଖିବାକୁ ମିଳିଛି l ବର୍ତ୍ତମାନ ଖାଉଟି ବିଭାଗ ଏହାର ତଦନ୍ତ କରି ସମାନ ଦରରେ କିପରି ନବରଂଗପୁରରେ ପାଇପାରିବେ ଧ୍ୟାନଦେଇ ମୂଲ୍ୟାକଣ କଲେ ଗରିବ କିଛିଟା ଅସୁସ୍ତୀ ପାଇପାରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି l