!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର)- ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ ଙ୍କ ସଭାପତିତ୍ଵରେ ଗୁଣପୁର ପୌର ପରିଷଦର ପ୍ରଥମ ବୈଠକ ପୌର ପାଳିକା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାଶ ଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ରେ ୨୦୨୧-୨୦୨୨ ଆର୍ଥିକ ବର୍ଷ ର ଆୟ ବ୍ୟୟ ସମୀକ୍ଷା କରାଯାଇ ନୂତନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଚଳିତ ଆର୍ଥିକ ବର୍ଷ ପାଇଁ ୩୧ କୋଟି ଟଙ୍କାର ବଜେଡ ଉପସ୍ଥାପନ ପରେ ପାରିତ କରାଯାଇଥିଲା । ବିଶେଷ କରି ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯିବା,ବିଶୁଦ୍ଧ ପାନୀୟ ଜଳ,ମାଷ୍ଟର ଡ୍ରେନେଜ ବ୍ୟବସ୍ଥା,ଶେଫାଳି ପାହାଡକୁ ରାସ୍ତା,ଆବର୍ଜନା ପରିବହନ ନିମନ୍ତେ ନୂତନ ଗାଡି ଓ ମଶା ନିବାରଣ ନିମନ୍ତେ ମଶା ମରା ଯନ୍ତ୍ର ର କ୍ରୟ ,ଅଡିଟରିୟମ ନିର୍ମାଣ,ବିଜୁ କଲ୍ୟାଣ ମଣ୍ଡପର ମରାମତି,ପୌର ପରିଷଦ ନିମନ୍ତେ ନୂତନ ସଭା ଗୃହ ନିର୍ମାଣ ପାଇଁ ଆଲୋଚନା କରାଯାଇଥିଲା । ଏହି ସଭା କାର୍ଯ୍ୟକୁ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ ୱାର୍ଡ ର କାଉନ୍ସିଲର ଯୋଗ ଦେଇଥିଲେ ।