ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଉପଭୋକ୍ତା ଙ୍କ ଉପରେ ବକେୟା ଟଙ୍କା ଆଦାୟ ଆଳରେ ଜୁଲମ୍ କରୁଛି ଟାଟା ପାୱାର । ୨ ବର୍ଷରେ ସଂସ୍କାର ବଦଳରେ ଟାଟା ପାୱାର ବିଜୁଳି ବ୍ୟବସ୍ଥାକୁ ହୁଗୁଲା କରିଛି । ଟାଟାର ଏଭଳି କାର୍ଯ୍ୟ ବିରୁଦ୍ଧରେ ପ୍ରତିରୋଧର ସ୍ୱର ଉଠାଇଛନ୍ତି ଜନତା । ଏଥିପାଇଁ ଉପଭୋକ୍ତା ସଙ୍ଘ ଓ ସାଧାରଣ ଜନତା ଏକାଠି ହୋଇ ଅଣ୍ଟା ଭିଡ଼ିଲେଣି । ବିଦ୍ୟତ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଘରୋଇ କରଣ କରି ଟାଟାକୁ ପାୱାରକୁ ୨୦୨୦ ମସିହାରେ ଦାଇତ୍ୱ ଦେଲେ । ବିଦ୍ୟୁତ ବିତରଣ ର କ୍ଷତି କମାଇବା ସହ ଭିତ୍ତି ଭୂମି ବିକାଶ ଜରିଆରେ ସଂସ୍କାର ଆଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇ ଟାଟା ପାୱାର ଦାୟିତ୍ୱ ନେଇ ଥିଲା । ଦାୟିତ୍ୱ ନେବାର ୨ ବର୍ଷ ପରେବି ବିତରଣ କ୍ଷତି କମାଇ ପାରିନି । ପରନ୍ତୁ ନିଜ ଦାୟିତ୍ୱ ଭୁଲି ଟାଟା ମନ୍ ମାନି ଜାହିର କରି ଉପଭୋକ୍ତା ଙ୍କୁ ଶୋଷଣ କରିବାରେ ଲାଗିପଡିଛି । ନିଜର ଭୁଲ ପାଇଁ ଶୁଳ୍କ ଵୃଦ୍ଧି କରି ଜନସଧାରଣ ଙ୍କ ମୁଣ୍ଡର ବୋଝ ଲଦି ଦେବାକୁ ବର୍ତ୍ତମାନ ଓଇଆରସିର ଜନ ଶୁଣାଣୀ ରେ ଟାଟା ପାୱାର ନିଜର ଉଦ୍ୟମ ଚଳାଇ ଥିବା ଅଭିଯୋଗ ଉଠିଛି । ପୂର୍ବ ବର୍ଷ ପ୍ରଥମେ ୨୦ ପଇସା ଏବଂ ପରେ ୩୦ ପଇସା କରି ମୋଟ ୫୦ ପଇସା ବୃଦ୍ଧି କରି ଟାଟା ଉପଭୋକ୍ତା ଙ୍କ ମୁଣ୍ଡରେ ବୋଝ ଲଦିଦେଇଛି । ଆମ ରାଜ୍ୟରେ ବର୍ତ୍ତମାନ ସାତ ହଜାର ୟୁନିଟ ବିଦ୍ୟୁତ ସର୍ପଲେସ ଥିବା ବେଳେ କାହିଁକି ବିଦ୍ୟୁତ ଶୁକ୍ଳ ଵୃଦ୍ଧି ହେବ ବୋଲି କଥା ଉଠିଛି । ନିଯୁକ୍ତି ପ୍ରାପ୍ତ ମିଟର ରିଡ଼ର ମାନେ ସେମାନଙ୍କ କାର୍ଯ୍ୟ ସଠିକ ଭାବେ ତୁଲାଉ ଥିବାବେଳେ ଟାଟା ଦ୍ୱାରା ନିଯୁକ୍ତି ପ୍ରାପ୍ତ କମ୍ପାନୀର କର୍ମଚାରୀ ଏମାନଙ୍କୁ ଶୁଳ୍କ ବୃଦ୍ଧି କରି ବିଲ ଦେବା ନିମନ୍ତେ ପ୍ରବର୍ତ୍ତାଉଥିବା ଏବଂ ଏହାକୁ ନମାନିଲେ ଛଟେଇ କରୁଥିବା ଅଭିଯୋଗ ଆସିଛି । ଏଭଳି ବର୍ଦ୍ଧିତ ଶୁଳ୍କର ବୃଦ୍ଧିକୁ ଉପଭୋକ୍ତା ବିରୋଧ କଲେ ସେମାନଙ୍କ ମିଟର ଠିକ ନଥିବା କହି ମିଟର ବଦଳାଇବା କୁ ତାଗିଦ କରିବା ସହ ବିଦ୍ୟୁତ ସଂଯୋଗ ବିଛିନ୍ନ କରୁଥିବା ଅଭିଯୋଗ ହେଉଛି । ଉପୋଭୋକ୍ତା ଙ୍କ ବୃହତ୍ ସ୍ୱାର୍ଥ ଦୃଷ୍ଟି ରୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବି ହେଉଛି ।