ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ବିଜ୍ଞାନ କୌଶଳ ବୃଦ୍ଧି ସହ ସମାଜ ରେ ଅର୍ଥ ଅର୍ଜିତର ଲାଳସା ବୃଦ୍ଧି ଏବଂ ସାମାଜିକ ଦାୟିତ୍ୱ ବୋଧତା ଅଭାବ ଯୋଗୁଁ ଆଜି ଗୋ ମାତା ସୁରକ୍ଷିତ ନୁହେଁ । ହିନ୍ଦୁ ଧର୍ମ ରେ ଗାଇ କୁ କେବଳ ଖୀର ଦେବା ନିମନ୍ତେ ନୁହେଁ ଗୋ ମାତା ରୂପେ ପୂଜା କରାଯାଏ । ଧାର୍ମିକ ରୀତି ନୀତି ରେ ସବୁ ସ୍ଥାନରେ ଗୋ ମାତା ର ଆବଶ୍ୟକ ରହିଥାଏ । କିନ୍ତୁ ବର୍ତ୍ତମାନ ସମାଜରେ ଅର୍ଥ ଅର୍ଜିବାର ଲାଳସା ତଥା ସମାଜ ପ୍ରତି ନିଜ ଦାୟିତ୍ୱ ର ଜ୍ଞାନ ଅଭାବ ରୁ ସୁରକ୍ଷିତ ନୁହେଁ ଗୋମାତା । ଗାଈ ର ପାଳନ ପୋଷଣ କରୁଥିବା ବ୍ୟକ୍ତି ମାନେ ଆବଶ୍ୟକ ପରିମାଣର ଗୋ ଚାରା , ଗୋ ଶାଳା ନଥାଇ ଗୋ ପାଳନ କରୁଥିବା କାରଣ ରୁ କ୍ଷୀର ବାହାର କରି ବାହାରକୁ ଛାଡ଼ି ଦିଅନ୍ତି ଯାହା ଫଳରେ ସହର ରେ ଜନସାଧରଣ ଟ୍ରାଫିକ ସମସ୍ୟା ସହ ବଡ଼ ବଡ଼ ଦୁର୍ଘଟଣା ର ଶିକାର ହେଉଛନ୍ତି । ବିଭିନ୍ନ ସମୟରେ ଅନେକ ସଂଗଠନ ମାନଙ୍କ ଦାବୀ ଯୋଗୁଁ ପୌର ପରିଷଦ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ପ୍ରୟାସ ରେ ଗାଈ ମାନଙ୍କ ବୁଲିବା ଉପରେ କଟକଣା ଲଗାଯାଇ ଥିଲା କିନ୍ତୁ ଆବଶ୍ୟକ କାଞ୍ଜିଆହୋଦା , ଗୋ ଚିହ୍ନଟି କରଣ ପ୍ରକ୍ରିୟା ନଥିବା କାରଣରୁ କୌଣସି ଠୋସ ନୀତି ଗ୍ରହଣ କରାଯାଇ ପାରୁନାହିଁ । ଅନ୍ୟପକ୍ଷ ରେ ଓଡିଶା ସରକାରଙ୍କ ଗୋ ହତ୍ୟା ନିରୋଧ ଆଇନ ୧୯୬୦ ରହିଥିଲେ ମଧ୍ୟ ହଜାର ହଜାର ସଂଖ୍ୟାରେ ଗୋ ଚାଲାଣ ହେବା ସହ ଅସଂଖ୍ୟ ଗୋ ହତ୍ୟା ଜାରି ରହିଛି । ସହର ଓ ଆଖପାଖ ଅଞ୍ଚଳରେ ପ୍ରତ୍ୟେକ ଦିନ ଗୋ ହତ୍ୟା ର ଖବର ମିଳୁଛି । ରବିବାର ଦିନ ମାନଙ୍କରେ ଅସଂଖ୍ୟ ଗୋ ହତ୍ୟା ହେଉଥିବା ସମସ୍ତଙ୍କୁ ବିଚଳିତ କରୁଛି । ଅନେକ ସମୟରେ ଗୋ ରକ୍ଷକ ମାନେ ଏହି ସମସ୍ତ ବିଷୟ ନେଇ ଆନ୍ଦୋଳନ ଓ ପ୍ରତିବାଦ କରିବା ଯୋଗୁଁ ପ୍ରତିବାଦକାରୀ ମାନେ ମିଥ୍ୟା ମକଦ୍ଦମା ରେ ଛନ୍ଦି ହୋଇପଡୁଛନ୍ତି । କେବଳ ଗୁଣପୁର ଭଳି ସହରରେ ଗୋ ରକ୍ଷକ ମାନଙ୍କ ପ୍ରୟାସ ରେ ୨୦୦୩ ରୁ ୨୦୧୦ ମଧ୍ୟରେ ଅନେକ ଗୋ ହତ୍ୟାକାରୀ ନ୍ୟାୟାଳୟ ଦ୍ୱାରା ଦଣ୍ଡିତ ହୋଇଛନ୍ତି ଏବଂ କେତେକ ବିଚାର ଧୀନ ଅଛନ୍ତି । କିନ୍ତୁ ପୋଲିସ ବିଭାଗ ଏହି ଭଳି ଗୁରୁତ୍ୱର ବିଷୟ କୁ ଅଣଦେଖା କରୁଥିବା କାରଣରୁ ୨୦୧୦ ପରେ ଗୋ ହତ୍ୟା ହେଉଥିଲେ ମଧ୍ୟ କୌଣସି କେଶ ନମୋଦ ହୋଇ ପାରୁନଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ଗୁଣପୁର ରକ୍ଷକ ବ୍ୟକ୍ତି ସଂଗଠନ ମାନେ ଗୋ ସମ୍ବର୍ଦ୍ଧନ ଓ ରକ୍ଷଣ ନିମନ୍ତେ ସହର ମଧ୍ୟରେ ବିଚରିତ ହେଉଥିବା ସମସ୍ତ ଗୋ ସମ୍ପ୍ରତି କୁ ପଞ୍ଜିକରଣ କରି ଗାଈ ମାନକୁ କ୍ରମିକ ନମ୍ବର ଦେବା , ଗୋ ଚାଲାଣ ହେଉଥିବା ରାସ୍ତା ଗୁଡିକୁ ସିଲ କରିବା , ଗୋ ଚାଲାଣ ନିମନ୍ତେ ବିକ୍ରି ହାଟ ଗୁଡିକୁ ବନ୍ଦ କରିବା ଓ ଟାସ୍କ ଫୋର୍ସ ମାଧ୍ୟମରେ ତୁରନ୍ତ ପଦକ୍ଷେପ ନେଇ ଗୋ ହତ୍ୟାକାରୀ ଙ୍କୁ ଦଣ୍ଡ ଦେବା ସହ ଗୋ ସମ୍ବର୍ଦ୍ଧନ ନିମନ୍ତେ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ କରାଯାଉଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଦୀର୍ଘ ଦିନ ପରେ ଗତ ୧୭ ଡିସେମ୍ବର ରେ ଜିଲ୍ଲା ପଶୁ ଚିକିତ୍ସକ ଙ୍କ ଦ୍ଵାରା ଜିଲ୍ଲା ସରକାରୀ ଅଧିକାରୀ ଙ୍କ ସହ ଗୋ ସୁରକ୍ଷା କମିଟିର ବୈଠକ ହୋଇଥିଲା । ସବୁ ବିଷୟରେ ବିସ୍ତୁତ ଆଲୋଚନା ହୋଇଥିଲେ ମଧ୍ୟ ଜିଲ୍ଲା ର ମୁଖ୍ୟ ଅଧିକାରୀ ଙ୍କ ଗୋ ସଂରକ୍ଷଣ ନେଇ ବେପରୁଆ ମନୋଭାବ ସମସ୍ତଙ୍କୁ ନିରାଶ କରିଥିବା ଚର୍ଚ୍ଚା ଜୋର ଧରିଛି । ପୂର୍ବ ସୂଚନା କୁ ଆଧାର କରି ଗତ ତା ୧୯/୧୨/୨୧ ରିଖ ଭୋର ରୁ ଶୀ ରବି ଆଚାରି ଓ ତାଙ୍କ କିଛି ସହଯୋଗୀ ଙ୍କ ସହ ଗୁଣପୁର ଜି.ଆଇ.ଇ.ଟି ନିକଟରେ ଥିବା ଇନ୍ଦିରାଗୁଡ଼ା ଠାରେ ପହଞ୍ଚି ସେଠାରେ ଗାଈ ହତ୍ୟା କରି ମାଂସ ଦୋକାନ ଭଳି ପୁରା ବିଦ୍ୟୁତ ଚୋରି କରି ବିଦ୍ୟୁତ ଲାଇନ ଲଗାଇ ଗୋ ମାଂସ ବିକ୍ରି ଚାଲିଛି ଥିବା ବିଷୟ ନେଇ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଉକ୍ତ ବିଷୟ ନେଇ ବାରମ୍ବାର ଫୋନ ଯୋଗେ ଅବଗତ କରିଲେ ମଧ୍ୟ ପୋଲିସ ବିଭାଗ ର କେହି ପହଞ୍ଚି ନଥିବା କ୍ଷୋଭ ପ୍ରକାଶ କରି ରାୟଗଡା ଜିଲ୍ଲାପାଳ ଙ୍କୁ ଜଣା କରିଥିବା ପ୍ରକାଶ କରିଛନ୍ତି । ପରନ୍ତୁ ଜିଲ୍ଲାପାଳ ମହୋଦୟ ବିରକ୍ତି ଭାବ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି । ଅବଶ୍ୟ ସେହି ଗୋ ହତ୍ୟାକାରୀ ମାନେ ସେଠାରୁ ଖସି ପଳାଇ ଗଲେ । ଶ୍ରୀ ଆଚାରି ବାରମ୍ବାର ଫୋନ କରି ଶେଷରେ ଜିଲ୍ଲାପାଳ ଙ୍କୁ ଫୋନ କରିବାରୁ ସେ ବିରକ୍ତି ଭାବ ପ୍ରକାଶ କରିଥିବା ବେଳେ ଅବଶ୍ୟ ସେ ନିଜ ଜାଗାରେ ଠିକ ଥିବେ କିନ୍ତୁ ଜିଲ୍ଲାରେ ଯେଉଁ ଅଧିକାରୀ ମାନେ ଉଚିତ କାର୍ଯ୍ୟ ନକରିଲେ ଆମ୍ଭେ କାହାକୁ କହିବୁ ବୋଲି ଶ୍ରୀ ଆଚାରି କ୍ଷୋଭ ପ୍ରକାଶ କରିଛନ୍ତି । ପରି ଶେଷରେ ଗୁଣପୁର ଥାନା ରୁ ଏସ୍ ଆଇ ଶ୍ରୀ ମୁଦୁଲି ଓ ଏ ଏସ୍ ଆଇ ଶ୍ରୀ ପାଲକା ଙ୍କ ତତ୍ୱାବଧାନ ରେ ଏକ ଟିମ ଆସି ଘଟଣାସ୍ଥଳରେ ପହଞ୍ଚିବା ବେଳେ ମାଂସ ବିକ୍ରେତା ଓ କ୍ରେତା ମାନେ ସେଠାରୁ ଚାଲି ଯାଇଥିବାରୁ ପୋଲିସ ସେଠି ରହିଥିବା ବଳକା ମାଂଶ , ବ୍ୟବହୃତ ହତିଆର ଜବତ କରିଥିଲେ ।