ମାନବାଧିକାର ଦିବସ ପାଳିତ ….!
!!! ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଅମିତ ନାୟକ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ମୟୂରଭଞ୍ଜ)- ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡ଼ିଶା ମୟୂରଭଞ୍ଜ ଶାଖା ପକ୍ଷରୁ ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ପାଠାଗାର ଠାରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଗୀତିକାର ଓ ସାହିତ୍ୟିକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାନ୍ତି ଯୋଗା ଦେଇ ମାନବ ସମାଜ ସାମ୍ନା କରିଥିବା ଅସୁବିଧା ରୁ କିଭଳି ବର୍ତ୍ତିପାରିବେ ତାହା ବୁଝାଇ ଥିଲେ । ପରିଷଦ ର ରାଜ୍ୟ ଅଧ୍ୟକ୍ଷ ସିଭିଲ୍ ଡିଫେନ୍ସ ରଜତ ପଣ୍ଡା , ପୂର୍ବ ଭାରତ ଭୂଖଣ୍ଡ (ଇଷ୍ଟ୍ ଇଣ୍ଡିଆ ଜୋନ ) ସଭାପତି ଦିବ୍ୟଜ୍ୟୋତି ମହାନ୍ତ,ଜିଲ୍ଲା ସଂପାଦକ ପ୍ରକାଶ ବେହେରା , ସହ- ସଂପାଦକ ଅମିତ୍ ନାୟକ, ବରିଷ୍ଠ ଜିଲ୍ଲା ଉପସଭାପତି ଗତିକୃଷ୍ଣ ତିୱର୍ ,ଜିଲ୍ଲା ଉପ ସଭାପତି ଦିପ୍ତେନ୍ତୁ ମିଶ୍ର , କାର୍ତ୍ତିକ ମହାନ୍ତ ଆଦି ଉପସ୍ଥିତ ରହି ସମାଜରେ ମାନବ ଅଧିକାରର ଉପଦେୟତାନେଇ ବକ୍ତବ୍ୟ ମାଧ୍ୟମରେ ନିଜର ମତ ଉପସ୍ଥାପନା କରିଥିଲେ । ମୂଖ୍ୟ ବକ୍ତା ଭାବେ ବୈତ ବନ୍ଦନର ସଭାପରି ଶ୍ରୀ ନିମନ୍ତ୍ରିତ ଅତିଥି ଉଗ୍ରେଶ୍ୱର ବେହେରା ଯୋଗଦେଇ ମାନବ ଅଧିକାରର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ବାଲିଯୋଡା ମହାବିଦ୍ୟାଳୟ ସନ୍ତୋଷ ବାଦଲ ଦାସ୍ ପରିଚୟ ପ୍ରଦାନ କରିଥିଲେ ।।ଜିଲ୍ଲା ସଭାପତି ରହିତାଶ୍ୱ ବେହେରା କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆସିଥିବା ବିଭିନ୍ନ ସାମ୍ବାଦିକ ମାନଙ୍କୁ ଚାରା ବଣ୍ଟନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ ବକରା ଯାଇଥିଲା ।

