!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡା ବିଷମକଟକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବାପରେ ରାଜନୈତିକ ଦଳମାନ ବେଗୁଲୁ ଫୁଙ୍କିବା ପାଇଁ ତତ୍ପର ହୋଇ ଉଠିଥିବା ଦେଖା ଦେଇଛି।ଏ ନେଇ ପ୍ରଥମେ ଵିଜେଡି କଙ୍ଗ୍ରେସ ଦୁଇଦଳ ନିଜ ନିଜର ଅଧିକ ସମର୍ଥକଙ୍କୁ ଟାଣିବା ପାଇଁ ଲବିକରୁଥିବା ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକରେ ଦେଖା ଦେଇଛି।ଆଜି ମୁନିଗୁଡା ବ୍ଲକ ଵିଜେଡି ସଭାପତି ରତନ ଲାଲ ଜୈନ ଓ ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ଗୌଡଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ ପାଇଁ ଏଵେଠୁ ଦଳିୟ କର୍ମୀଙ୍କୁ ଏକଜୁଟ କରି ନୂତନ କର୍ମୀ ସୃଷ୍ଟି କରିବା ପ୍ରୟାସ ଜାରିରଖି ଶ୍ରୀ ଜୈନ ଓ ଶ୍ରୀ ଗୌଡ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ସଙ୍ଖ୍ୟାଗରିଷ୍ଠତା ହାସଲ କରାଇବାକୁ ଚେଷ୍ଟା କରିଵେ ଵୋଲି କହିଛନ୍ତି।ଅପର ପକ୍ଷରେ ଆଜି ମୁନିଗୁଡା କଂଗ୍ରେସ ଭଵନରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନିଳାମ୍ଵର ବିଭାରଙ୍କ ନେତୃତ୍ୱରେ ଆୟୋଜିତ ଏହି ଵୈଠକରେ ବିଜେଡି ସରକାରର ମନୋପଲି ଶାସନ ସାଙ୍ଗକୁ ସରକାରୀ ଅଧିକାରୀ ଓ କର୍ମଚାରୀ ଚାଟୁକାର ପାଲଟି ୪ ରୁ ୫ ଵର୍ଷ ହେଵ ଗୋଟିଏ ଅଫିସରେ ଗାଦିମାଡି ରହିଥିଵାରୁ ନିରପେକ୍ଷ ନିର୍ବାଚନ ପାଇଁ ସେମାନଙ୍କର ଵଦଳି ଜରୁରୀ ହୋଇପଡିଛି ଵୋଲି କଙ୍ଗ୍ରେସ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ସରକାର ଉପରେ ଗର୍ଜିବା ଆରମ୍ଭ କରିଦେଲେଣି।ଆହୁରି ମଧ୍ୟ କହିଛନ୍ତିଯେ,ତ୍ରୀସ୍ତରୀୟ ନିର୍ବାଚନ ପୂର୍ବରୁ ସରକାର ଯଦି ତିନିବର୍ଷରୁ ଉର୍ଦ୍ଧ୍ଵ ଗୋଟିଏ ସ୍ଥାନରେ ଚାକିରି କରିଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ବଦଳି କରାନଯାଏ ନିରପେକ୍ଷ ନିର୍ଵାଚନ ପାଇଁ ବ୍ଲକ କଙ୍ଗ୍ରେସ ରାଜରାସ୍ତାକୁ ଓହ୍ଲାଇଵେ ଵୋଲି ଉପସ୍ଥିତ ନେତାମାନେ ପ୍ରକାଶ କରିଛନ୍ତି।କଂଗ୍ରେସର ଏହି ଵୈଠକରେ ଏମ୍ ପି ପ୍ରତିନିଧି ମାନସ ରଞ୍ଜନ ଵେହେରା, ଜିଲ୍ଲା ଓଵିସିସେଲର ଅଧ୍ୟକ୍ଷ ପ୍ରସାଦ ମହାକୁଡ,ଜିଲ୍ଲା କଙ୍ଗ୍ରେସ ଏସି ସେଲର ଉପାଧ୍ୟକ୍ଷ ରମେଶ ପାଲକା ପ୍ରମୁଖ ଉପସ୍ଥିତ ରହି ଏକମତ ରଖିଥିଲେ।