!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ର ନିମନ୍ତ୍ରଣ ରକ୍ଷାକରି ଭୁବନେଶ୍ୱର ସାଂସଦ ତଥା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଙ୍କ ଗୁଣପୁର ଗସ୍ତ ସମୟରେ ସଦର ମହକୁମା ମୁଖ୍ୟ ରାସ୍ତାରେ ଏକ ଚାହା ଦୋକାନ ଠାରେ ଚା ଖଟି ରେ ଯୋଗ ଦେଇଥିଲେ । ସେ ଏଠାରେ ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ସେମାନଙ୍କର ବ୍ୟକ୍ତିଗତ ଅସୁବିଧା ବୁଝିଥିଲେ । ଏହି ଅବସର ରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଗୁଣପୁର ଶାଖା ସଦସ୍ୟ ମାନେ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ରେଳଯାତ୍ରୀ ମାନେ ସମ୍ମୁଖୀନ କରୁଥିବା ଅସୁବିଧା ମାନ ଉଲ୍ଳେଖକରି ଏହାର ସୁବ୍ୟବସ୍ଥା ନିମନ୍ତେ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି ।

ଯାତ୍ରାର ସୁବିଧା ନିମନ୍ତେ ଷ୍ଟେସନ କାଉଣ୍ଟର ରେ ଟିକେଟ ରିଜରଭେସନ ର ସୁବିଧା କରାଯିବା, ଷ୍ଟେସନ ଫାଟକ ଆଗରେ ଗାଡି ଗୁଡିକୁ ରଖି ଅଟୋ ଚାଳକ ମାନେ ରାସ୍ତା ଜାମ କରୁଥିବା ଅବ୍ୟବସ୍ଥା କୁ ହଟାଇବା ନିମନ୍ତେ ଷ୍ଟେସନ ଠାରେ ଅଟୋ ପାର୍କିଙ୍ଗ ର ବ୍ୟବସ୍ଥା କରିବା, ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଷ୍ଟେସନ ଠାରେ ରେଲୱେ ସୁରକ୍ଷା ବଳ ଙ୍କୁ ଗୁଣପୁର ଷ୍ଟେସନ୍ ରେ ନିୟୋଜନ କରିବା , ଦୂରଦୂରାନ୍ତ ରୁ ଆସୁଥିବା ଯାତ୍ରୀଙ୍କ ଯାନବାହନ କୁ ରଖିବା ନିମନ୍ତେ ସ୍ଥାୟୀ ଗାଡି ପାର୍କିଙ୍ଗର ବ୍ୟବସ୍ଥା କରିବା , ନିତିଦିନ ଚାଲୁଥିବା ଗୁଣପୁର ଠାରୁ ପୁରୀ ଓ ରାଉରକେଲା ଗାଡିକୁ ଗୁଣପୁର ଠାରେ ସଫା କରିବା ନିମନ୍ତେ ବ୍ୟବସ୍ଥା କରିବା , ବଂଶଧାରା ଜଳ ବିବାଦ ରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବା ଏବଂ ବଂଶଧାରା ଅବବାହିକା ଅଞ୍ଚଳର ଚାଷୀଙ୍କ ସୁବିଧା ନିମନ୍ତେ ବଂଶଧାରା ର ଉପର ମୁଣ୍ଡରେ ଡ୍ୟାମର ନିର୍ମାଣ କରିବା ଦିଗରେ କେନ୍ଦ୍ର ସରକାର ଙ୍କୁ ଅବଗତ କରାଇବା ଭଳି ଦାବୀମାନ ଉଲ୍ଲେଖ କରି ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here