ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗୁଣପୁର ପୋୖର ପରିଷଦର ମଧ୍ୟ ସ୍ଥାନରେ ଥିବା ନୂତନ ବସଷ୍ଟାଣ୍ଡ ଏବେ ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ବସଷ୍ଟାଣ୍ଡର ଶେଷ ମୁଣ୍ଡରେ ଥିବା ଜନସେବା ଆହାର କେନ୍ଦ୍ର ମଦୁଆଙ୍କୁ ଆଶ୍ରୟ ଯୋଗାଉଛି । ସରକାରଙ୍କ ବସୁଧା ଜଳ ଯୋଗାଣ ଯୋଜନା ଏମାନଙ୍କ ଜଳକଷ୍ଟ କୁ ପୁରାମାତ୍ରାରେ ଦୂର କରିପାରୁଥିବା ଏବଂ ଏଠାରେ ପଡି ରହିଥିବା ମଦ ବୋତଲ ଓ ଗିଲାସ ବସ ଷ୍ଟାଣ୍ଡ ମଧ୍ୟରେ ଚାଲୁଥିବା ମଦ ବେପାର କୁ ସୂଚୀତ କରୁଛି । ସ୍ଥାନୀୟ ପୋଲିସ ପକ୍ଷରୁ କରା ଯାଉଥିବା ପେଟ୍ରୋଲିଂ ର ପ୍ରଭାବ ଏଠି ପଡୁ ନଥିବାରୁ ରାତ୍ର ସମୟରେ ଏଠାରେ ଯାତ୍ରୀ ସୁରକ୍ଷିତ ମଣୁ ନାହାନ୍ତି ।
ବସ ଷ୍ଟାଣ୍ଡ ଆରମ୍ଭ ରୁ ଜନସାଧାରଣ ଙ୍କ ସୁରକ୍ଷା ପାଇଁ ଯାତ୍ରୀ ବିଶ୍ରାମଗାର ନିକଟରେ ଏକ କୋଠରୀରେ ପୋଲିସ ଫାଣ୍ଡି ରଖାଯାଇ ପୋଲିସ ମୁତୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୋୖର ନିର୍ବାହୀ ଅଧିକାରୀଙ୍କ ଖାମ ଖିଆଲି ମନୋଭାଵ ଯୋଗୁଁ ଏଠାରୁ ଏହି କୋଠରୀକୁ ହଟାଇ ଦିଆଯିବା ଫଳରେ ପୋଲିସ ମୁତୟନ ବ୍ୟବସ୍ଥାକୁ ମଧ୍ୟ ଉଠାଇ ନିଆଗଲା । ପୋୖର ଅଧିକାରୀଙ୍କ ଏସବୁର ଅବ୍ୟବସ୍ଥା ମଦୁଆଙ୍କୁ ଓ ମଦବିକ୍ରୟ କୁ ସମ୍ପୂର୍ଣ୍ଣ ସୁଯୋଗ ମିଳିବା ସହ ମଦୁଆଙ୍କ ଭିଡ଼ ଜମାଇବାକୁ ଖୋରାକ ଯୋଗାଉଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବୀ ହେଉଛି ।