!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ର ବିଜୟ କୁମାର ସ୍ଵାଇଁ ଙ୍କ ପୁଅ ବୃନ୍ଦାବନ ସ୍ଵାଇଁ( ୩୬) ବ୍ରହ୍ମପୁର ମେଡିକାଲ୍ କ୍ୟାମ୍ପସ୍ ରୁ ଗତ ୧୯ ତାରିଖ ଅପରାହ୍ନ ୨.୩୦ ମିନିଟ୍ ସମୟରୁ ସେ କ୍ଷୀର ଆଣିବା ପାଇଁ ଯାଇ ଆଉ ଫେରି ନାହାଁନ୍ତି । ସୂଚନାରୁ ପ୍ରକାଶ ଯେ ବୃନ୍ଦାବନ ଙ୍କ ଧର୍ମପତ୍ନୀ ସଂଯୁକ୍ତା ସ୍ଵାଇଁ କହିବା ମୁତାବକ ଗତ ୧୨ ତାରିଖ ଦିନ ସ୍ଵାମୀ ବୃନ୍ଦାବନ ଏବଂ ତାଙ୍କ ଖୁଡୀ ଶାଶୁ ତାଙ୍କ ଦାଦା ଅର୍ଥାତ୍ ସଂଯୁକ୍ତା ଙ୍କ ଦାଦା ଶ୍ୱଶୁର ଙ୍କ ପେଟ ଯନ୍ତ୍ରଣା ଅନୁଭବ ହେବାରୁ ପ୍ରଥମେ ରାହାଡ଼l ସ୍ଵାସ୍ଥ୍ୟକେନ୍ଦ୍ର ପରେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ୍ କୁ ନେଇଥିଲେ । ସେଠାରେ ବୃନ୍ଦାବନ ତାଙ୍କ ଦାଦା ଙ୍କ ପାଖରେ ୧୨ ତାରିଖ ଠାରୁ ଥିଲେ । ହଟାତ୍ ୧୯ ତାରିଖ ଦିନ ଅପରାହ୍ନ ୨.୩୦ ମିନିଟ୍ ସମୟ ରେ ସେ କ୍ଷୀର ଆଣିବା ପାଇଁ ଯାଇ ଆଉ ମେଡିକାଲ୍ କୁ ଫେରି ନାହାନ୍ତି। ଖୁଡୀ ଶାଶୁ ଙ୍କ ଠାରୁ ଖବର ପାଇ ସଂଯୁକ୍ତା ବହୁ ଖୋଜା ଖୋଜି ପରେ ସ୍ଵାମୀ ଙ୍କ ଖବର ନ ପାଇ ଶେଷରେ ସେ ଗତକାଲି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ନିଖୋଜ ରିପୋର୍ଟ୍ ପ୍ରଦାନ କରିଛନ୍ତି । ଏଥିସହିତ ଯଦି କୌଣସି ସହୃଦୟବାନ ବ୍ୟକ୍ତିବିଶେଷ ତାଙ୍କ ସ୍ଵାମୀ ଙ୍କ ଖବର ପାଆନ୍ତି ନିକଟସ୍ଥ ଥାନା କିମ୍ବା ସଂଯୁକ୍ତା ଙ୍କ ମୋବାଇଲ ନମ୍ବର ୯୬୬୮୭୧୨୭୭୯ ରେ ଯୋଗାଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଘରେ ତାଙ୍କର ଦୁଇ ଗୋଟି କୁନି ପୁଅ ବାପାଙ୍କୁ ନ ଦେଖି ଦୁଃଖରେ ମ୍ରିୟମାଣ ଅଛନ୍ତି ।