ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ୨୦ରେ ।
ଏଥର ସମ୍ଭାଳ (ଭୁବନେଶ୍ୱର) – ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ। ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏହି ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ।
ଏକ ଲକ୍ଷ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନେଇ ୨୦ ତାରିଖରେ ଲୋୟର ପିଏମ୍ଜି ଛକରେ ଏକ ମହାସମାବେଶ ଅନୁଷ୍ଠିତ ହେବ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି କହିଛି ସଂଘ। ପୂର୍ବରୁ ସଂଘ ପକ୍ଷରୁ ଦିଆଯାଇଥିବା ଦାବି ସରକାର ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ସପ୍ତମ ବେତନ ହାରରେ ଦରମା ପ୍ରଦାନ, ଚାକିରୀ ସର୍ତ୍ତାବଳୀ ଓ ବକେୟା ଥିବା ଦରମା ପାଇଁ ବହୁ ଦିନରୁ ଦାବି ହୋଇଆସୁଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

