!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲି ଗ୍ରାମରେ ଗତକାଲି କୋଦଳା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫୭୦ କିଗ୍ରା ଗଞ୍ଜେଇ ଜବତ କରାଯିବା ଘଟଣାରେ ଆଜି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେଶ୍ ନମ୍ବର ୪୭୮/ତା ୧୬.୯.୨୦୨୧ ଅନୁସାରେ ୨୦(ବି)ସି/୨୫/୨୬(ଏନ ଡି ପି ସି)ଦଫାରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।