!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବେରୁଆଁ ବାଡ଼ି ପଞ୍ଚାୟତର ସାତନଳ ଗାଁ ରୁ ଆସିଛି ଏଇଭଳି ଦୃଶ୍ୟ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବାହାରେ ମଳତ୍ୟାଗ ନ କରିବାପାଇଁ ବହୁ ଯୋଜନା କରିଛନ୍ତି ।ଯେମିତି ସମସ୍ତେ ନିଜ ନିଜ ଘର ପାଖରେ ଲେଟିନ କରିବେ ଏଇ ବାବଦକୁ ୧୨୦୦୦ ଟଙ୍କା ସରକାର ଦେବାପାଇଁ ଘୋଷଣା ମଧ୍ୟ କଲେ । ବହୁ ଲୋକ ଏହାର ସୁବିଧା ମଧ୍ୟ ପାଇଲେ, କିନ୍ତୁ ବେରୁଆଁବାଡ଼ି ପଞ୍ଚାୟତ ର ସାତନଳ ଗାଁ ରେ ୧୫ରୁ ଉର୍ଦ୍ଧ ପରିବାର ଧାର ଉଦ୍ଧାର କରି ନିଜେ ନିଜେ ଲେଟିନ ତିଆରି କରି ମଧ୍ୟ ଏହି ସୁବିଧା ରୁ ବଞ୍ଚିତ ।
ଆଜକୁ ପ୍ରାୟ ଅଢେଇ ବର୍ଷ ହେବ ବ୍ଲକ ଓ ସରପଞ୍ଚ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇସାରିଲେଣି କିନ୍ତୁ ଆଜି ଯାଏଁ ମିଳିଲା ନାହିଁ ଟଙ୍କା । ଏଠି ଭୁଲ କାହାର ?ଯୋଉମାନେ ଲେଟିନ ତିଆରି କରିଛନ୍ତି ସେଇମାନଙ୍କର ନା ପ୍ରଶାସନ ର ନା ସ୍ଥାନୀୟ ସରପଞ୍ଚ ଙ୍କର ଏଇ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଦାବି ହୋଉଛି ।