!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ପଦ୍ମପୁର)- ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ଝାରବନ୍ଧ ଶାଖାର ଆବାହକ ଲୋକନାଥ ରାଉତ ଙ୍କ ଆହ୍ୱାନ ରେ ଝାରବନ୍ଧ ବ୍ଲକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି lଏହି ସଭାରେ ଅତିତ ରେ ବାଲକୋ ଆନ୍ଦୋଳନ ର ମିଥ୍ୟା ଇତିହାସ ର ସଂଶୋଧନ ର ପ୍ରତିବାଦ କରି ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା lଭୂଲ ତଥ୍ୟ ର ସଂଶୋଧନ କରିବା ହେଉ lଗନ୍ଧମାର୍ଦ୍ଦନ ପର୍ବତ କୁ ଜାତୀୟ ସମ୍ପତ୍ତି ରୂପେ ଘୋଷଣା କରି ସାମ୍ବିଧାନିକ ଭାବେ ସୁରକ୍ଷା କରାଯାଉ lପର୍ବତ ର ବିପୁଳ ଜଳ ସମ୍ପଦ ଓ ବନୈାଷଧି ସଦପଯୋଗ କରି ସ୍ଥାନୀୟ ଲୋକଙ୍କୁ ରୋଜଗାର ଦିଆଯାଉ l ବାଲକୋ ହଟାଓ-ଗନ୍ଧମାର୍ଦ୍ଦନ ବଚାଓ ଇତିହାସ ର ତର୍ଜମାପୂର୍ବକ ଶିକ୍ଷା ଅନୁଷ୍ଠାନ ସ୍ୱତନ୍ତ୍ର ସ୍ଥାନ ଦିଆଯାଉ ଏଭଳି ବିଭିନ୍ନ ଦାବୀ କୁ ନେଇ ଝାରବନ୍ଧ ବି.ଡି.ଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସର୍ବଶ୍ରୀ :-ହୃଷିକେଶ ବରିହା,କେଶରଞ୍ଜନ ବେହେରା, ସନ୍ତୋଷ ବେହେରା, ବିଦ୍ୟୁତ ପ୍ରଧାନ, ଗୋବିନ୍ଦ ପଟେଲ,ଯତିନ ହାତୀ,ରୋସନ ଅଗ୍ରୱାଲ ପ୍ରମୁଖ ଆନ୍ଦୋଳନ ପରିଚାଳନା କରିଥିଲେ lଦାବୀ ପୂରଣ ନ ହେଲେ ଆଗକୁ ଭୟାବହ ଜନ ଆନ୍ଦୋଳନ ମୁଣ୍ଡଟେକିବ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ମତ ପ୍ରକାଶ ପାଇଛି l