ଜନତା ଙ୍କ ସ୍ଵର, “ମୋଦୀ ଛୁଆ ଙ୍କ ପାଇଁ ସବୁ ମାଫ୍ କି” ….?

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ଶାଶ୍ୱତ ପତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବାଲିଗୁଡ଼ା) – ବାଲିଗୁଡା ସହର ମଧ୍ୟରେ ଥିବା ଡାକଘରେ ବର୍ଷ ବର୍ଷ ଧରି କୌଣସି ଜିନିଷ ଠିକ୍ ସମୟରେ ପହଞ୍ଚୁନଥିବା ଅଭିଯୋଗ ହେଉଛି । ଏହି ଡାକଘରେ କାର୍ଯ୍ୟରତ ଟ୍ରେଜରର୍ ରଶ୍ମୀରେଖା ପାତ୍ର ଦିନ ୧୧ ଟା ରେ ପୋଷ୍ଟ ଅଫିସ୍ ରେ ପହଞ୍ଚୁ ଥିଲେ ମଧ୍ୟ ତାଙ୍କ ଉପରିସ୍ଥ ଅଧିକାରୀ ଙ୍କ ଏଥି ପ୍ରତି ନିଘା ନଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରୁଛି । ଅନେକ ସମୟରେ ବିଭିନ୍ନ କାର୍ଯ୍ୟରେ ଏହି ଅଫିସକୁ ଆସୁଥିବା ଜନସାଧାରଣ ଅଯଥାରେ ଅପେକ୍ଷା କରି କରି ସମୟ ନଷ୍ଟ କରିବା ସହ ବିରକ୍ତ ହେଉଥିବା ଦେଖାଯାଉଛି । ମେଲ୍ ଗାଡି ଡାକ ନେଇଯିବା ପରେ କର୍ମଚାରୀ ଖାଇବାକୁ ଯିବା ପାଇଁ ସରକାରୀ ନିୟମ ରହିଥିବା କୁହାଯାଉଥିବା ବେଳେଏହାକୁ କେହି ଠିକ୍ ଭାବେ ପାଳନ କରୁନଥିବା ଜଣାପଡିଛି ।

ଏପରିକି ମ୍ୟାଡାମ୍ ଦିନ ୧ ଘଂଟା ରେ ମଧ୍ୟ ଅଫିସ୍‌ରୁ ଚାଲି ଯାଆନ୍ତି ଏବଂ ୩ ଟା ୩୦ ମିନିଟ୍ ରେ ଆସୁଥିବା ଦେଖି ମ୍ୟାଡାମ୍‌ଙ୍କ ପାଇଁ ଏହି ପୋଷ୍ଟ ଅଫିସ୍‌ରେ ନୂତନ ନିୟମ ରହିଅଛି କି ବୋଲି ପ୍ରଶ୍ନ ଉଠୁଛି । ଯଦି କେହି କୌଣସି ଚିଠି ରେଜଷ୍ଟ୍ରି କରିବାକୁ ଯାଆନ୍ତି ତେବେ ମ୍ୟାଡାମ୍ ଏବେ ହେବନି, ମେଲ୍ ଗଲାଣି କହୁଥିବା ଅଭିଯୋଗ ହେଉଛି । ଏହିସବୁ ବ୍ୟତିକ୍ରମ ନେଇ ଉଠୁଥିବା ଅଭିଯୋଗର ଏକ ଭିତିରି ଅନୁସନ୍ଧାନ ସହ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି । ଡ଼ାକ ବିଭାଗ କେନ୍ଦ୍ର ସରକାର ଙ୍କ ଅଧୀନରେ ଥିବା ଯୋଗୁଁ ଏଥିପ୍ରତି ରାଜ୍ଯ ସରକାର ଙ୍କ କୌଣସି କତ୍ତୃତ୍ବ ରହୁନଥିବା ହେତୁ ବିଭାଗୀୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ଯ କରୁଥିବା ଦେଖା ଦେଉଛି। ଏପରିକି ଏମାନଙ୍କ ଉପରିସ୍ଥ କର୍ମକର୍ତ୍ତା ମଧ୍ଯ ଏଥି ପ୍ରତି ନଜର ଦେଉନଥିବା ରୁ ଏମାନେ ବାହୁ ପିଟି ଆମେ ସବୁ ମୋଦୀ ଙ୍କ ଛୁଆ ଆମକୁ କିଏ କଣ କରିବ ବୋଲି କହୁଥିବା ଚର୍ଚ୍ଚା ପରିସର ମଧ୍ୟକୁ ଆସୁଛି। ଏନେଇ ସାଧରଣ ଜନତା ଙ୍କ ପକ୍ଷ ରୁ କେନ୍ଦ୍ର ସରକାର ଙ୍କ ନିକଟକୁ ଟୁଇଟର ମଧ୍ୟରେ ଅଭିଯୋଗ କରିବା ନିମନ୍ତେ ମନସ୍ତ କରିଥିବା ମିଳିଥିବା ସୂଚନା ସୂଚନା  କାର୍ଯ୍ୟକାରୀ ହେଲେ ଆମେ କହିବୁ… ଏଥର ସମ୍ଭାଳ…! 

Leave a Reply

Your email address will not be published. Required fields are marked *