ବିଜୁ କୃଷକ ବିକାଶ ଯୋଜନା ଧାନ୍ଦୁପାଲି ରେ ଦିଗହରା…!

!!!  ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!! 

ଏଥର ସମ୍ଭାଳ(ପଦ୍ମପୁର)ସରକାର ଙ୍କ ଯୋଜନା ମାଳମାଳ ହେଲେ କେଉଁ କାମକୁ ନୁହଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ର ଟେମେରୀ ଗ୍ରାମପଞ୍ଚାୟତ ର ଅଧିନରେ ଯାଉଛି ଧାନ୍ଦୁପାଲି ଗ୍ରାମ । ଏଠକାର ଲୋକେ ବର୍ଷାଦିନିଆ ଚାଷ କୁ ନିର୍ଭର କରିଥାନ୍ତି । ସରକାର ଙ୍କ ଯୋଜନା ଭିତରେ “ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ନଳକୂପ ଖନନ କରି ଚାଷଜମି କୁ ପାଣିଯୋଗାଇଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଏଠାକାର ସମୁଦାୟ ୧୭ ଜଣ ଚାଷୀ ୨୦୧୬ ମସିହାରୁ କୋଡ଼ିଏ ହଜାର ଟଙ୍କା ଲେଖାଏଁ ଜଣ ପିଛା ଜମାଦେଇ ପଞ୍ଜିକୃତ ପରେ ଅଦ୍ୟାବଧି ଚାଷୀ ଚାଷଜମି ପାଇଁ ଟୋପାଏ ପାଣି ପାଇବାରୁ ବଞ୍ଚିତ। ଦିର୍ଘ ୫ ବର୍ଷ ଭିତରେ ନଳକୂପ ଖନନ,ଲାଇନ ତାର ଟଣା,ମିଟର ଫିଟିଙ୍ଗ ଅନେକ କିଛି ହୋଇ ସାରିଛି କିନ୍ତୁ ବିଦ୍ୟୁତ ସଂଯୋଗ ଆଜି ପର୍ଯ୍ୟନ୍ତ ହୋଇପାରିନି।

ଏଭଳି ବିଳମ୍ବ କାହିଁକି ? ଏଥିପାଇଁ ଦାୟୀ କିଏ ?ଏବର୍ଷ ଜଳାଭାବ ତ ସମଗ୍ର ଓଡ଼ିଶାରେ ଦେଖାଦେଇଛି । ଯଦି ପାଣି ଅଭାବ ପାଇଁ ଚାଷୀ କ୍ଷତିଗ୍ରସ୍ତ ର ସମ୍ମୁଖୀନ ହୁଅନ୍ତି ତେବେ ଏଠି ଦାୟୀ ରହିବ କିଏ ? ଏମିତି ଅନେକ ପ୍ରଶ୍ନ ଭିତରେ ଆଜି ଚାଷୀ ଅସହାୟ ହୋଇ ପଡ଼ିରହିଛି। ଗୋଟିଏ ପଟେ ୧୦ ଜଣ ଚାଷୀ ଙ୍କୁ ନେଇ ଗୋଟିଏ ଟ୍ରାସଫରମର ଦିଆଯାଇଥିବାବେଳେ ଅନ୍ୟପଟେ ୭ ଜଣଙ୍କୁ ନେଇ ଆଉ ଗୋଟାଏ ଟ୍ରାସଫରମର ଏଇ ଗ୍ରାମରେ ବସା ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଏଥିପ୍ରତି ବିଭାଗୀୟ ଅଧିକାରୀ ତଥା ବିଭାଗୀୟ ମନ୍ତ୍ରୀ ଦୁଇ ତିନି ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ କରି ମରୁଡି ର ମୁକାବିଲା ସକାଶେ ଚାଷୀ ମାନଙ୍କ ପାଣି ଯୋଗାଇଦେବାକୁ ଜନସାଧାରଣ ଦାବି କରନ୍ତି ।

Leave a Reply

Your email address will not be published. Required fields are marked *