!!! ଏଥର ସମ୍ଭାଳ ଚ୍ୟାନେଲ ମୁଖ୍ୟ ଶ୍ରୀ ଶକ୍ତି ଦାଶ !!!
ଦୀର୍ଘ ଦିନ ଛକା ପଞ୍ଜ। ପରେ ଗୁଣପୁର ପୌରପରିଷଦ ରେ ସତ୍ତା ବଦଳିଛି ଓ ଅଧିକାରୀ ବଦଳିଛନ୍ତି । କାର୍ଯ୍ୟଳୟ ଭିତରେ ଅନେକ ଜିନିଷ ବଦଳିଛି ଅନେକ କର୍ମୀ, ଅନେକ କାର୍ଯ୍ୟ କରୁଥିବା ପରିଚାଳନା କରୁଥିବା ଏଜେନ୍ସି ମଧ୍ୟ ବଦଳିଛି । ପୌରପରିଷଦ ରେ ନବ ନିର୍ମାଣ ର ଯୁଗ ଆସିଛି ନିଶ୍ଚିତ ରୂପେ ଗୁଣପୁର ପୌରପରିଷଦ ରେ ବିକାଶ ର ଧାରା ପ୍ରବାହିତ ହେଉଛି …!
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ ଓ କାର୍ଯ୍ୟକାରୀ ହୋଇ ପରିଚାଳନା ଅଭାବରୁ ଶୌଚାଳୟ ଏବଂ ସେହି ଚାରି ପାଖରେ ନର୍ଦ୍ଦମା କୁଣ୍ଣ ହୋଇଛି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଦୀର୍ଘ ବର୍ଷ ହେବ ମଶା ଧୂପ ମାରିବା ଯନ୍ତ୍ର କାର୍ଯ୍ୟକାରୀ ହେବା କିମ୍ବା ମଶା ଧୂପ ମାରିବା କୌଣସି ସାଧାରଣ ବ୍ୟକ୍ତି ଜାଣି ପାରୁ ନାହାଁନ୍ତି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୂର୍ବରୁ ବହୁ ଅର୍ଥ ଖର୍ଚ୍ଚ କରି ନିର୍ମାଣ ହୋଇଥିବା ବିଜୁ କଲ୍ୟାଣ ମଣ୍ଡପ ଓ ଟାଉନ ହଲ ପରିଚାଳନା ଅଭାବରୁ ଭଙ୍ଗା ଦଦରା ହୋଇ ପଡ଼ିଛି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପିଇବା ପାଣି ପାଇପ ଯୋଗୁଁ ପ୍ରତ୍ୟେକ ସାହିରେ ଗର୍ଭ ଓ କୁତ୍ରିମ ନର୍ଦ୍ଦମ ସୃଷ୍ଟି ହେଉଛି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଗତ ବର୍ଷ ବର୍ଷା ପୂର୍ବରୁ ଏନ ଜି ଟି ଉପରେ ଦୋଷ ଢାଳି ଡ୍ରେନେଜ ଵ୍ୟଵସ୍ଥା କୁ ସୁଧାର କରି ନପାରି ବର୍ଷା ଜଳରେ ସହର ମଧ୍ୟରେ କୁତ୍ରିମ ବନ୍ୟା ସୃଷ୍ଟି କରାଯାଇଛି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସହରକୁ ସପ୍ଲାଇ ହେଉଥିବା ପିଇବା ପାଣି ଯେଉଁ ନଦୀ ଗର୍ଭ ରୁ ଆସୁଛି ସେଠାରେ ସହରର ଡ୍ରେନେଜ ଡ଼ମ୍ପିଙ୍ଗ ହେଉଛି ଏବଂ ସମସ୍ତ ସଂପର୍କୀତ ବିଭାଗ ପୌର ପରିଷଦ କୁ ପଦକ୍ଷେପ ନେବା ନିମନ୍ତେ କହିବା ପରେ ମଧ୍ୟ କିଛି ପଦକ୍ଷେପ ନ ନେଇ ସେହି ଦୂଷିତ ପାଣି ପିଇବା ନିମନ୍ତେ ସହରବାସୀଙ୍କୁ ଦିଆଯାଉଛି ।
- ପୌରପରିଷଦ ମଧ୍ୟରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଖାଲି ଥିବା ଅନେକ ଖାଲି ସ୍ଥାନକୁ ଭୂମି ମାଫିଆ ମାନେ ଅକ୍ତିଆର କରି ନିଜ ବ୍ୟକ୍ତିଗତ ସେଡ଼,ଦୋକାନ, ପାର୍କିଂ ସ୍ଥ।ନ ଇତ୍ୟାଦି କରି ମାଲାମାଲ ହେଉଛନ୍ତି କତ୍ତୃପକ୍ଷ କିନ୍ତୁ ନୀରବ ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ବିନା ଟାଉନ ପ୍ଲାନ ରେ ଅନେକ ପ୍ଲଟ ବିକ୍ରି ହେଉଛି ଅନେକ ସାହି ଅନେକ ସୌଧ ନିର୍ମାଣ ହେଉଛି କାହାର ଡ୍ରେନ ନାହିଁ ତ କାହାର ସାହି ସଂକୀର୍ଣ୍ଣ କାହାର ଓସାର । ଟାଉନ ପ୍ଲାନ ରେ ଗଛ ଲଗାଇବା ନିୟମ ଚୁଲିକୁ ଯାଉ ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଓ ପୁରାତନ ବସଷ୍ଟାଣ୍ଡ ରେ ଲିଜ ରୁ ସବ ଲିଜ ଦେଇ ଅସାଧୁ ବ୍ୟବସାୟୀ ମାନେ ଅସାଧୁ ଉପାୟରେ ନିୟମ କୁ ଫାଙ୍କି ଦୋକାନ ଗୃହ ଗୁଡିକୁ ନିଜ ଇଚ୍ଛା ମୁତାବକ ଭାଙ୍ଗି ନିର୍ମାଣ କରି ଲାଭବାନ ହେଉଛନ୍ତି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୁରୁଣା ବସଷ୍ଟାଣ୍ଡ ରେ ଥିବା ମାର୍କେଟ କମ୍ପ୍ଲେକ୍ସର ଓପରକୁ ଉଠିବା ସିଡ଼ି କୁ ଭାଙ୍ଗି ଅଗ୍ନିଶମ ବିଭାଗର ସମସ୍ତ ନିୟମ କୁ ଜଳାଞ୍ଜଳି ଦେଇ ଦୋକାନ ଗୃହ କରାଯାଇଛି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଏଜେନ୍ସି କୁ ସହର ସଫେଇର ଟେଣ୍ଡେର ଦେଇ ୮୦ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କ ଅର୍ଥ ସରକାରଙ୍କ ଠାରୁ ଉଠାଇ ୬୦ ରୁ କମ କର୍ମଚାରୀ ରେ କାମ ଚଲାଉଛନ୍ତି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସାହି ମାନଙ୍କୁ ସଫେଇ ନିମନ୍ତେ ଅଲଗା କର୍ମଚାରୀ ଓ ବଡ଼ ଡ୍ରେନ ଗୁଡିକୁ ସଫା କରିବା ନିମନ୍ତେ ଅଲଗା ଏସ୍ଟିମେଟ କରି ବିଲ ଉଠାଯାଉଛି । ତଥାପି ସହର ସଫା ସୁତୁରା କେବଳ ଧର୍ମ କୁ ଆଖିଠାର ।
- ପୌର ପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ନୂତନ ଭାବେ ଯୋଡ଼ି ହୋଇଥିବା ଅନେକ ସାହି କୁ ସଫେଇ କର୍ମଚାରୀ ମାନଙ୍କୁ ଏକ ମାସରେ କେବଳ ଥରେ ପଠାଯାଉଛି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ମରାଠୀଗୁଡା ଓ ମେଟା କର୍ଣ୍ଣଗୁଡ଼ା ରେ ଅଦ୍ୟାବଧି ରାସ୍ତା,ପିଇବା ପାଣି, ସଠିକ ବିଦ୍ୟୁତ ଲାଇନ ଭଳି କୌଣସି ସୁବିଧା ପହଂଚି ପାରୁନି ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ପୂର୍ବରୁ ଅନେକ ଦୁର୍ନୀତି ( ଶିଶୁ ଉଦ୍ୟାନ, ସୋଡିଏମ ଲାଇଟ, ଦୋକାନ ଗୃହ ନିର୍ମାଣ ,ଦୋକାନ ଗୃହ ବଣ୍ଟନ) ର ହଟ ହଟା ତଥାପି ତଦନ୍ତ ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ନାହିଁ ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ପାର୍କ ଏକ ସାଙ୍ଗରେ ନିର୍ମାଣ ହେଉଛି କିନ୍ତୁ ଦୀର୍ଘ ଦିନ ହେବ କାମ ସବୁ ଅସମ୍ପୂର୍ଣ୍ଣ ଲୋକଙ୍କ ପାର୍କ ପାଇବା ସ୍ୱପ୍ନ କେବଳ ପଦ୍ମ ଘୁଂଚି ଘୁଂଚି ଯାଉଛି ।
- ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଦିବ୍ୟାଙ୍ଗ ଭତ୍ତା, ବୃଦ୍ଧ ଭତ୍ତା, ଆବାସ ଯୋଜନା , ଅସହାୟ ଏବଂ ପରିତ୍ୟକ୍ତ ମହିଳା ଭତ୍ତା,ବିଧବା ଭତ୍ତା ଆଜି ମଧ୍ୟ ଯୋଗ୍ୟ ବ୍ୟକ୍ତି ନ ପାଇ କେବଳ ଖଣ୍ଡି ରାଜନେତା ଙ୍କ ଗୋଡାଣିଆ ଲୋକଙ୍କୁ ମିଳୁଥିବା ଅନେକ ଅଭିଯୋଗ ସହ ଗଣମାଧ୍ୟମ ମଧ୍ୟ ଚିତ୍କାର କରୁଛି ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ବିଲ ହୁଡା ରୁ ଆରମ୍ଭ କରି ସମସ୍ତ ରାସ୍ତାରେ ନାମ ମାତ୍ରକୁ ଲାଇଟ ପୋଲ ଲାଇଟ ଲାଗିଛି ସେଗୁଡିକ ବାହାରି ଉପୁଡି ପଡିଲାଣି କିନ୍ତୁ କେବେ ବିଦ୍ୟୁତ ସଂଯୋଗ ହୋଇ ପାରୁ ନାହିଁ ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଟିକସ ନୀତି ଆସିଛି , ସବୁଠୁ ପୁରୁଣା ପାରଳାଖେମୁଣ୍ଡି ରେ କିମ୍ବା ରାୟଗଡ଼ା ସହର ରେ ଏହି ନୀତି ନାମରେ ଜନସାଧାରଣ ଙ୍କ ନିକଟରୁ ଅତ୍ୟଧିକ ଟିକସ ଆଦାୟ କରାଯାଉନାହିଁ କିନ୍ତୁ ଗୁଣପୁର ରେ ସରଳ ଜନସାଧାରଣଙ୍କ ଲାଭ ଉଠାଇ ମାତ୍ରାଧିକ ଟିକସ ଆଦାୟ ହେଉଛି ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନ୍ୟ କେଉଁ ସହରରେ ସ୍ୱଚ୍ଛତା ନାମରେ ଆଦାୟ ହେଉନଥିବାବେଳେ ମାସକୁ ୩୦ ଟଙ୍କା ସ୍ୱଚ୍ଛତା ନାମରେ ଲୋକଙ୍କୁ ଦେବାକୁ ପଡୁଛି ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଅନେକ ଯୁବକଙ୍କ ସ୍ୱପ୍ନ ଜିମ ଟିଏ ହେବା । ପୂର୍ବ ସଂସଦ ଅନୁଦାନ ଦେବାପରେ ମଧ୍ୟ ଯୁବକଙ୍କ ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଛି ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସୂଚନା ଅଧିକାର ଆଇନ ମାଗିବା ସବୁଠୁ ବଡ଼ ଭୁଲ ହେବ କାରଣ ମାଗିଲେ ଭ୍ରମାତ୍ମକ ତଥ୍ୟ ମିଳିବ ନଚେତ ଧମକ ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ସଫେଇ ଅଧିକାରୀ ପରିବର୍ତ୍ତନ ହୋଇଛନ୍ତି ବହୁ ମାତ୍ରାରେ ବ୍ଲିକିଙ୍ଗ, ଫିନାଇଲ ଆସୁଛି ଏଭଳିକି ଏଗୁଡ଼ିକୁ ରଖିବାକୁ ଷ୍ଟୋର ରୁମ ମଧ୍ୟ ନିର୍ମାଣ ହେଉଛି କିନ୍ତୁ କେଉଁ ଡ୍ରେନ କିମ୍ବା ରାସ୍ତା ରେ ପକାଯିବାର ଦେଖଯାଉ ନାହିଁ ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ କତ୍ତୃପକ୍ଷ ଙ୍କ ବିସ୍ତୃତ ଯୋଜନା ଯୋଗୁଁ ରାସ୍ତାରେ ବୁଲିବା ଗାଈ -ଗୋରୁ ଙ୍କ ଯୋଗୁଁ ଅନେକ ଦୁର୍ଘଟଣା ହେଉଛି ଗୋ -ସମ୍ପଦ ମଧ୍ୟ କ୍ଷତି ହେଉଛି । ବୁଲା ଗାଈ ଙ୍କୁ କାଞ୍ଜିଆହୋଦା ରେ ରଖିବା ଓ ବୁଲା କୁକୁରଙ୍କ ବ୍ୟବସ୍ଥା କଥା ସବୁ ଚୁଲିକୁ ଯାଉ ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ମୃତ ପ୍ରମାଣ ପତ୍ର,ଜନ୍ମ ପ୍ରମାଣ ପତ୍ର, ପ୍ଲାନ ଏପୃଭଲ, ବିବାହ ପ୍ରମାଣ ପତ୍ର କେବଳ ବରିଷ୍ଠ ଅଧିକାରୀ କିମ୍ବା କିଛି ରାଜନେତାଙ୍କ ହସ୍ତକ୍ଷେପ ପରେ ମିଳୁଛି ।
- ପୌରପରିଷଦ ରେ ବିକାଶର ଧାରା ପ୍ରବାହିତ ହେଉଛି ତେଣୁ ବୋଧେ ଚାହା ଦୋକାନ ଠାରୁ ଅଧିକା ରାସ୍ତା କଡରେ ଚିକେନ ଦୋକାନ ବୁଲା କୁକୁରଙ୍କୁ ଖୋରାକ ଯୋଗାଉଛି ।
ଗୁଣପୁର ପୌରପରିଷଦ ର ପ୍ରଚଳିତ ବିକାଶ ଧାରା ରୁ କିଛି ସଂଗୃହୀତ ତଥ୍ୟ । ଏଥିରେ ଆପଣ ମଧ୍ୟ ନିଜ ଅନୁଭୂତିରୁ କିଛି ଯୋଡି ପାରିବେ । ଏହା କେବଳ ଆପଣଙ୍କ ଅବଗତି ନିମନ୍ତେ ମୋର ଅନୁଭୂତି କଥନ । ଅନ୍ୟଥା ଦେହକୁ ନେବେ ନାହିଁ ।