!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ ॰ଏନ॰ ପଟନାୟକଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ନବରଙ୍ଗପୁର)- ନବରଙ୍ଗପୁର ଜିଲ୍ଲାରେ କେନ୍ଦ୍ର କେବିନେଟ ରେଳଓ ବିଦ୍ୟୁତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭବ୍ୟ ସ୍ୱାଗତ ସହ ନବରଂଗପୁର ଜିଲ୍ଲା ବିଜେପି ଦଳର କର୍ମୀ, ନେତା ଓ ନବରଂଗପୁର ସାଧାରଣ ଜନତା ଏଥିରେ ସାମିଲ ଥିଲେ l ସ୍ୱାଗତ ପ୍ରାରମ୍ଭରେ ମନ୍ତ୍ରୀଙ୍କ ନବରଂଗପୁର ପ୍ରତି ଶ୍ରଦ୍ଧା ଦେଖିବାକୁ ମିଳିଥିଲା ଯେତେବେଳେ ମନ୍ତ୍ରୀ ନିଜେ ଛୋଟ ମକାପୋଡା ଦୋକାନରେ ପାଖରେ ବସି ମକା ଖାଇବାର ଆନନ୍ଦ ନେଇଥିଲେ l
ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ ଠାରେ ସୋତାଧିକ ବିଜେପି କର୍ମୀ ବାଇକ ରେଲି କରି ନବରଂଗପୁର ମୁଖ୍ୟ ରାସ୍ତା ଦେଇ ପରିକ୍ରମା ସହ ନବରଂଗପୁର ସହରରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ନବରଂଗପୁର ସ୍ଥିତ ଗାନ୍ଧୀ ଛକ ଠାରେ ସହର ବାସୀଙ୍କୁ ସମ୍ବୋଧନ କରି ସହର ବାସୀଙ୍କ ଆଶ୍ରିବାଦ କାମନା କରି ଆସୁଥିବା ନିର୍ବାଚନ ରେ ନବରଂଗପୁର ଜିଲ୍ଲାର ଚାରି MLA ଓ ଏକ MP କାମନା କରି ନବରଂଗପୁର ପାଇଁ କେବିନେଟ ମୁଂଜୁର ହୋଇଥିବା ଜୟପୁର ଠାରୁ ନବରଂଗପୁର ରେଳ ରାସ୍ତା ଯେତେଶୀଘ୍ର ଜମି ଦୋଖଲ ହେଲେ ସେତେ ଶୀଘ୍ର ନିଁଛିତ ରେଳ ନବରଂଗପୁର ଆସିବ ବୋଲି କହିଥିଲେ l ମିନ୍ତ୍ରୀଙ୍କୁ ଭେଟି ନବରଂଗପୁର ରେ ବିଭିନ୍ନ କମିଟି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ପରିଶେଷରେ ଜିଲ୍ଲାପାଳ Dr ଅଜିତ କୁମାର ମିଶ୍ରଙ୍କ ସହିତ ସର୍କିଟହାଉସ ରେ ମିଟିଙ୍ଗ ପରେ କଳାହାଣ୍ଡି ଗ୍ରସ୍ତ ରେ ଯାଇଥିଲେ l ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ନବରଂଗପୁର ବିଜେପି ଦଳର ବରିଷ୍ଟ ନେତା ମାନେ ସହଯୋଗ କରିଥିଲେ ସେଥିମଧ୍ୟରୁ ପୂର୍ବତମ ସାଂସଦ ପୋର୍ଶୁରାମ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଭା ଜ ପା ଉପସଭାପତି ବଳଭଦ୍ର ମାଝୀ, ଭୋଗୁବକ୍ସି ପାତ୍ର, ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ର ଓ ଭୋବି ନାୟକ, ସମ୍ପାଦକ ଗୌରୀ ଶଙ୍କର ମାଝୀ ଓ ସିମାଞ୍ଚଳ ଖୋଟେଇ, ଜିଲ୍ଲା ଶୋଭାପତି ଯୋଗଦୀସ ବିଶୋଇ ଯୋଗ ଦେଇଥିଲେ