ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ପାଳନ ….l
!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ॰ପଟନାୟକ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ନବରଙ୍ଗପୁର)- ନବରଙ୍ଗପୁର ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି । ଆଗରୁ ଏହି ଅବସରେ ନବରଂଗପୁରରେ ଉଚ୍ଛାହ ଅନ୍ୟ ଧରଣର ଥିଲା, ପ୍ରାୟ ପାଞ୍ଚ ହଜାର ରୁ ଅଧିକ ଲୋକଙ୍କ ସମାବେଶ ଦେଖିବାକୁ ମିଳୁଥିଲା । ଏହି ଅବଶରରେ ଓଡିଶା ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି l କରୋନା କଟକଣା ନବରଙ୍ଗପୁର ଭାଧକ ସାଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କରୋନା କଟକଣା କାରଣ ରୁ ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପ୍ୟାରେଡ କାର୍ଯ୍ୟକ୍ରମ ରୁ ବାଦ ଦିଆଯାଇଥିବା ବେଳେ ପୋଲିସ ବିଭାଗକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ନିଜ ଅଭିଭାଷଣ ରେ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ନବରଂଗପୁର ପାଇଁ ସର୍ବଛ ବଳିଦାନ ଦେଇଥିବା ମହାପୁରୁଷ ଓ ସେମାନଙ୍କ ବଳିଦାନ କୁ ପ୍ରଶଂସା କରିଥିଲେ । ଏହାସହ ସାମାଜିକ କ୍ଷେତ୍ରରେ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ । ଏହାସହ କରନା ଯୋଦ୍ଧା ଙ୍କୁ ମଧ୍ୟ ଉଲ୍ଲେଖନିୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । କରନା କଟକଣା ପାଇଁ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା । ଏଥିରେ ଜିଲ୍ଲପାଳ ଓ ନବରଂଗପୁର ଆରୋଖୀ ଅଧିକାରୀ, ଡାବୁଗାଁ ବିଧାୟକ ଯୋଗଦେଇ ଆଜିର ସ୍ୱାଧୀନତା ଦିବସ ରେ ଯୋଗଦେଇଥିଲେ l

