ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଅବିବାହିତ ଝିଅ ବିବାହ କରିବା ପାଇଁ ସେଭଳି ନିର୍ଭର ପ୍ରତିଶ୍ରୁତି ନପାଇଲେ କୌଣସି ପୁଅ ସହିତ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ଠିକ୍ ହେବ। ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୋଟିଏ ମାମଲାରେ ଶୁଣାଣି କରି ଏହା କହିଛନ୍ତି। ଯେଉଁ ଅବିବାହିତ ଝିଅ ଶାରୀରିକ ସମ୍ପର୍କ ରଖୁଛନ୍ତି ସେମାନେ ଭବିଷ୍ୟତରେ ଯଦି କୌଣସି ସମସ୍ୟା ଆସେ ତାକୁ ସାମ୍ନା କରିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ ରହିବା ଦରକାର। ଜଷ୍ଟିସ ସୁବୋଧ ଅଭୟଙ୍କଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଭାରତରେ ଏବେ ବି ସଙ୍କୀର୍ଣ୍ଣ ମାନସିକତା ରହିଛି। ଏଠିକାର ଲୋକଙ୍କ ବଞ୍ଚିବାର ଶୈଳୀ ସେଭଳି ସେଭଳି ହୋଇନି ଯେମିତି ପାଶ୍ଚାତ୍ୟ ଦେଶର ଲୋକଙ୍କର ରହିଛି। ଯେଉଁଠି ଅବିବାହିତ ଝିଅ ମାନେ ମଜା ନେବା ପାଇଁ ଶାରୀରିକ ସମ୍ପର୍କ ରଖନ୍ତି। ଏପରି କାମକୁ ସେମାନେ ସେତେଟା ଗୁରୁତ୍ୱ ରଖନ୍ତି ନାହିଁ ଯେପରି ଆମ ସମାଜରେ ରହିଛି। କିନ୍ତୁ ସମାନ କଥା ଯେତେବେଳେ ଆମ ଦେଶରେ ଆସେ ସେତେବେଳେ ଜଣେ ବିବାହର ପ୍ରତିଶ୍ରୁତି ପାଇ ଶାରୀରିକ ସମ୍ପର୍କ ରଖେ। ଖଣ୍ଡପୀଠ କହିଛନ୍ତି, ଭାରତରେ ଏବେ ବି ସଙ୍କୀର୍ଣ୍ଣ ମାନସିକତା ରହିଛି। ଏଠିକାର ଲୋକଙ୍କ ବଞ୍ଚିବାର ଶୈଳୀ ସେଭଳି ସେଭଳି ହୋଇନି ଯେମିତି ପାଶ୍ଚାତ୍ୟ ଦେଶର ଲୋକଙ୍କର ରହିଛି। ଯେଉଁଠି ଅବିବାହିତ ଝିଅ ମାନେ ମଜା ନେବା ପାଇଁ ଶାରୀରିକ ସମ୍ପର୍କ ରଖନ୍ତି। ଏପରି କାମକୁ ସେମାନେ ସେତେଟା ଗୁରୁତ୍ୱ ରଖନ୍ତି ନାହିଁ ଯେପରି ଆମ ସମାଜରେ ରହିଛି। କିନ୍ତୁ ସମାନ କଥା ଯେତେବେଳେ ଆମ ଦେଶରେ ଆସେ ସେତେବେଳେ ଜଣେ ବିବାହର ପ୍ରତିଶ୍ରୁତି ପାଇ ଶାରୀରିକ ସମ୍ପର୍କ ରଖେ।