!!! ଭୁବନେଶ୍ଵର ରାଜ୍ୟ ପ୍ରତିନିଧି ସୂର୍ଯ୍ୟ ପ୍ରକାଶ ପଟନାୟକ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)– ମନରେଗାରେ ମହାଦୁର୍ନୀତି । ସ୍ଥାନୀୟ ପ୍ରଶାସନ ଜାଣିବି ନୀରବ ଦ୍ରଷ୍ଟା ତାହାକୁ ନେଇ ସାଧାରଣ ରେ ପ୍ରଶ୍ନ । ଶ୍ରମିକ ପରିବର୍ତ୍ତେ ଜେସିବିରେ ୨୦ ଟ୍ରିପ୍ ମାଟି ପକାଇ ୨୦ ଲକ୍ଷ ଟଙ୍କାର ବିଲ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରୁ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଚକ୍ରଧରପ୍ରସାଦ ଗାଁର ନୂଆ ପୋଖରୀ । ଗାଁର ଏଇ ପୁରାତନ ପୋଖରୀ ପ୍ରକଳ୍ପ ନାଁରେ ବିଲ ଉଠିଛି ୨୦ ଲକ୍ଷ ଟଙ୍କା। ଏଠି ପୋଖରୀ କାମ ହିଁ ବୟାନ କରୁଛି ଭାପୁର ବ୍ଲକର ମହାଦୁର୍ନୀତିର ଗୋଟିଏ ଫର୍ଦ୍ଦ। ମନରେଗା ଦୁର୍ନୀତିରେ ଭୂସ୍ୱର୍ଗ ପାଲଟିଛି ଭାପୁର ବ୍ଲକ। ଚକ୍ରଧରପ୍ରସାଦ ଗ୍ରାମରେ ଥିବା ପୁରୁଣା ପୋଖରୀରେ ଜଳ ସଂରକ୍ଷଣ କାମ ପାଇଁ ମନରେଗାରୁ ପ୍ରାୟ ୨୦ଲକ୍ଷ ଟଙ୍କା ଆସିଥିଲା l ହେଲେ ଏହାକୁ ମିଲିଭଗତରେ ଚଳୁ କରିଦିଆଯାଇଛି l ମାତ୍ର ୨୦ ଟ୍ରିପ୍ ମାଟି ପକାଇ ୨୦ ଲକ୍ଷର ବିଲ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଏହା ଗୋଟିଏ ପୋଖରୀ ହୋଇଥିବା ବେଳେ ଏହାକୁ ୨ଟି ପୋଖରୀ ଦର୍ଶାଇ ଗୋଟିଏ ପୋଖରୀ ପିଛା ପ୍ରାୟ ୧୦ ଲକ୍ଷ ଟଙ୍କା ଲେଖାଁଏ ଚଳୁ କରାଯାଇଛି l ସେପଟେ କାମ ସରୁ ସରୁ ଫାଟି ଆଁ କଲାଣି ଗାର୍ଡ ୱାଲ l ଖାଲି ସେତିକି ନୁହେଁ ମନରେଗାରେ ଶ୍ରମିକ କାମ କରିବା ପରିବର୍ତ୍ତେ ଜେସିବିରେ କାମ କରାଯାଇଛି l କେବଳ ପୋଖରୀ ହୁଡ଼ାରେ ମାଟି ପକାଇ ପୋଖରୀ ଖୋଳା ହେବାର ଭ୍ରମ ସୃଷ୍ଟି କରିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ । ଏ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶାସନ l ଏହାର ଯଦି ଏକ ଉଚ୍ଚ ସ୍ତରୀୟ ତଦନ୍ତ ନ ହୁଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏପଟେ ଭାପୁର ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି l