ତାମିଲନାଡୁ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ:ମୃତଦେହ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ…!
!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବରଗଡ)- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କନଡିହି ଗ୍ରାମର ଦାଦନ ଶ୍ରମିକଙ୍କ ତାମିଲନାଡୁ ଠାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଯାହାଙ୍କ ମୃତଦେହକୁ ଘରକୁ ଆଣିବା ପାଇଁ ପରିବାରବର୍ଗ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ କନଡିହି ଗ୍ରାମର ଦେବାନନ୍ଦ ତାଣ୍ଡି ତାମିଲନାଡୁ ରାଜ୍ୟ କାଞ୍ଚିପୁରମ ଜିଲ୍ଲା କେଲାମ୍ପକମ ଥାନା ଅନ୍ତର୍ଗତ ପୁଡୁପକ୍କମ ଠାରେ କାମ କରୁଥିଲେ। ତାଙ୍କ ସ୍ତ୍ରୀ,ପିଲାମାନେ ଏବଂ ବାପା ମା ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟବାଡ଼ା ଠାରେ ଯାଇ କାମ କରୁଥିଲେ। ଦେବାନନ୍ଦଙ୍କ ସ୍ତ୍ରୀ ଦୁଇଦିନ ପୂର୍ବରୁ ଫୋନ ଯୋଗେ ପିଲାର ଚିକିତ୍ସା ପାଇଁ ପଇସା ପଠେଇଦେବା ପାଇଁ ଅନୁରୋଧ କରିଥିଲେ ତେଣୁ ଦେବାନନ୍ଦ ଏକ ସାଇକେଲ ଯୋଗେ ବ୍ୟାଙ୍କକୁ ଟଙ୍କା ଆଣିବା ପାଇଁ ଯାଇ ଫେରୁଥିବା ବେଳେ ଏକ TN 19 8512 ନମ୍ବର ଥିବା ଟ୍ରାକ୍ଟର ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ତାଙ୍କ ମୃତଦେହ ଚେଙ୍ଗଲପେଟ ସରକାରୀ ଡାକ୍ତରଖାନାରେ ରହିଛି ଯାହାକୁ ଘରକୁ ଆଣିବା ପାଇଁ ପରିବାର ଲୋକେ ଦାବୀ କରିଛନ୍ତି। ଏହାକୁ ଟ୍ୱିଟ ମାଧ୍ୟମରେ ଦୀପା ବାରିକ ତାମିଲନାଡୁ ସରକାର ଏବଂ ଓଡ଼ିଶା ସରକାର କୁ ଅନୁରୋଧ କରିଛନ୍ତି ।

