ସ୍ବର୍ଗତ ଉମାକାନ୍ତ ଦାସ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସିଟି ହସ୍ପିଟାଲ ରୋଡ଼ ସ୍ଥିତ ଜୀବନ କ୍ଳବ ପରିସରରେ ଓଡ଼ିଶାର ବିଶିଷ୍ଟ ଶ୍ରମିକ କର୍ମଚାରୀ ନେତା ତଥା ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ଅନ୍ୟତମ ପ୍ରତିଷ୍ଠାତା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସ୍ବର୍ଗତ ଉମାକାନ୍ତ ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘ ର ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ସଭାପତି ଦେବରାଜ କୋଠିଆ ମୁଖ୍ୟ ଅତିଥି, ପୂର୍ବତନ ଖଣ୍ଡ ସମ୍ପାଦକ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟବକ୍ତା , ଭଞ୍ଜନଗର ଖଣ୍ଡ ସମ୍ପାଦକ ସୁରେନ୍ଦ୍ର କୁମାର ରାଉତ ସମ୍ମାନିତ ଅତିଥି ଏବଂ କାର୍ଯ୍ୟକ୍ରମ ର ସଂଯୋଜକ ଭାବରେ ପୂର୍ବତନ ରାଜ୍ୟ ଉପସଭାପତି ରବି କୁମାର ପାଣିଗ୍ରାହୀ ଯୋଗଦାନ କରି ସ୍ବର୍ଗତ ଉମାକାନ୍ତ ଦାସ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ବର୍ଗତ ଦାସ ନିଃସ୍ଵାର୍ଥପର ଭାବରେ ଜନସ୍ବାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟରତ ହଜାର ହଜାର ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ପାଇଁ ଅହରହ ଉଦ୍ୟମ କରି ଆସୁଥିଲେ। ସ୍ବର୍ଗତ ଦାସ ସଂଘ ର ପୂର୍ବତନ ଉପଦେଷ୍ଟା ରାଜ୍ୟ ର ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ କଟକ ସାଂସଦ ସ୍ବର୍ଗତ ଶ୍ରୀନିବାସ ମିଶ୍ର ଏବଂ ସଂଘର ପ୍ରାଣ ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ସୁଦାମ ଚରଣ ପାଣିଗ୍ରାହୀଙ୍କ ଦକ୍ଷ ସହଯୋଗୀ ରୂପେ କାର୍ଯ୍ୟ କରି ବହୁ ଆନ୍ଦୋଳନରେ ନେତୃତ୍ବ ନେଇ ଅନେକ ସମସ୍ୟା ର ସମାଧାନ କରିପାରିଥିଲେ ।

ସେ ରାଜ୍ୟ ଜଳସେଚନ ବିଭାଗ କର୍ମଚାରୀ ସଂଘ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରି ବହୁ ସମସ୍ୟାର ସମାଧାନ କରି ଯାଇଛନ୍ତି ।ସେ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ବ କାଳ ରାଜ୍ୟର ଶ୍ରମିକ କର୍ମଚାରୀ ଙ୍କ ସେବାରେ ନିଜକୁ ନିୟୋଜିତ କରିଆସିଥିଲେ ବୋଲି ମଞ୍ଚାସୀନ ଅତିଥି ମାନଙ୍କ ସମେତ ଅନ୍ୟ ବକ୍ତାମାନେ ମତବ୍ୟକ୍ତ କରି ତାଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଲାଠି ସ୍ଥିତ କୁଷ୍ଠାଶ୍ରମ ଆଶା ନିକେତନ ର ଚାଳିଶି ଜଣ ଅନ୍ତେବାସୀ ମାନଙ୍କ ମଧ୍ୟରେ ଅନ୍ନ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ କର୍ମକର୍ତ୍ତା ଙ୍କ ସମେତ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବଲପୁର ରୁ କାର୍ଯ୍ୟକାରୀ ସଭାପତି ଶେଷଦେବ କାଣ୍ଡ,ପୂର୍ବତନ ରାଜ୍ୟ ଯୁଗ୍ମ ସମ୍ପାଦକ ଦୁର୍ଗାପ୍ରସାଦ ଦାସ, ଉପସଭାପତି ଦଫେବାଗ୍,ଡମ୍ବରୁଧର ସାହୁ,ଢେଙ୍କାନାଳ ରୁ ଉପସଭାପତି ବାଳକୃଷ୍ଣ ବିଶ୍ବାଳ, ଭବାନୀ ପାଟଣା ରୁ ପୂର୍ବତନ ସଭାପତି ଅଶ୍ବିନୀ କୁମାର ପ୍ରଧାନ, ବଲାଙ୍ଗୀର ରୁ ସୀମାଞ୍ଚଳ ପଣ୍ଡା,ବୌଦ୍ଧ ରୁ ସନ୍ତୋଷ କୁମାର ଗୌଡ଼, ଫୁଲବାଣୀ ରୁ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଭଞ୍ଜନଗରରୁ ଦେବୀ ଦିହୁଡି, ଜି. ଉଦୟଗିରି ରୁ ଅମୂଲ୍ୟ କୃଷ୍ଣ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ କୁମାର ଦାସ ,କୋରାପୁଟ ରୁ ଖଣ୍ଡ ସମ୍ପାଦକ ଭୀମସେନ ଦ୍ବିବେଦୀ, ଛତ୍ରପୁରରୁ ଜି.‍ କାମରାଜ ରେଡ୍ଡୀ, ଭୁବନେଶ୍ୱର ରୁ ଗୋକୁଳାନନ୍ଦ ମହାପାତ୍ର ଙ୍କ ସମେତ ବ୍ରହ୍ମପୁର ଖଣ୍ଡ ସମ୍ପାଦକ ନରସିଂହ ଦାସ, ଶାଖା ସମ୍ପାଦକ ଜି କ୍ରିଷ୍ଣା ରେଡ୍ଡୀ କୋଷାଧ୍ୟକ୍ଷ ରଘୁନାଥ ପାତ୍ର, ରାମକୃଷ୍ଣ ଯେନା,ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର କୋଠିଆ, ସତ୍ୟନାରାୟଣ କର, ବିଜୟ ଚନ୍ଦ୍ର ପଣ୍ଡା, କାଳୁ ପଣ୍ଡା, ନବକୃଷ୍ଣ ପଢିହାରୀ, ଶିଶିର ଗୌଡ଼,ଜି ଗୁରୁ ନାଥ, ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ବାଳକୃଷ୍ଣ ଚୌଧୁରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *