ଆବାସ ଗୃହ ସମ୍ପୂର୍ଣ ହୋଇ ୭ ବର୍ଷ ବିତିଲା; ବଳକା ଟଙ୍କା ପାଇଁ ନୟାନ୍ତ ରାମ କଞ୍ଜକା।
!!! ରାୟଗଡ଼ା ଜିଲ୍ଲା ରୁ ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (କଲ୍ୟାଣସିଂହପୁର) – ଆବାସ ଗୃହ ଯୋଜନରେ ଘର ପାଇ ଅନେକ ପ୍ରତାରଣର ଶିକାର କଥା ଶୁଣାଯାଉ ଥୁଲା କିନ୍ତୁ ଏବେ ଦେଖିବାକୁ ମିଳିଛି। ଏହିଭଳି ଏକ ଘଟଣା ଘଟିଛି ଯାହାକି ୨୦୧୩ /୧୪-ବ୍ୟୟ ଅଟକଳ କାର୍ଯ୍ୟ ନିର୍ଦେଶ ପତ୍ର ପ୍ରଦାନ କରା ଯାଇଥିଲା ତାହା ସମ୍ପୂର୍ଣ ହୋଇ ଦୀର୍ଘ ୭ ବର୍ଷ ହେଲା ପୂରଣ କରି ମାତ୍ର ୪୯,୨୫୦ ଟଙ୍କା ମିଳିଛି। ବଳକା ଅର୍ଥ ଏଯାଏ ମିଳି ପାରିନି ବୋଲି ଅଭିଯୋଗ ହେଇଚି। ଏହିଭଳି ଘଟଣା ଘଟିଛି ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ଚିଛିମି ଗ୍ରାମରେ । ରାମ କଞ୍ଜକା ନାମକ ଜଣେ ଆଦିବାସୀ ପରିବାରକୁ ଆର୍ଥିକ ଅନାଗ୍ରସରତା ସର୍ଭେ ରେ ଉପଯୁକ୍ତ ହିତାଧିକାରୀ ଭାବେ ବିବେଚିତ କରାଯାଇ ଅଗୀମା ୩୦ ହଜାର ଟଙ୍କା ସହ କାର୍ଯ୍ୟ ନିର୍ଦେଶ ପତ୍ର ଦିଆଯାଇଛି। ପରେ ଦୁଇଥର କରି ସମୁଦାୟ ୪୯ ହଜାର ୨୫୦ ଟଙ୍କା ଆସିଛି। ଏ ନେଇ ପଞ୍ଚାୟତ ତଥା ବ୍ଲକ କୁ ବାରମ୍ବାର ଦୌଡ଼ିଲା ପରେ ବି ଏହି ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ଏହି ବାବଦକୁ ଆଣିଥିବା ସିମେଣ୍ଟ, ଛଡ ବାଲି ଇଟା ମଜୁରିଆ ଓ ମିସ୍ତିରୀ ମାନେ ସବୁଦିନ ଘରକୁ ଆସି ନିଜ ନିଜ ପାଉଣା ପାଇଁ ପାଟିତୁଣ୍ଡ କରୁଛନ୍ତି ତେଣୁ ଏହି ବଳକା ଟଙ୍କାକୁ ଯଥା ଶୀଘ୍ର ପ୍ରଦାନ କରାଗଲେ ଏହିସବୁ ସମସ୍ୟାରୁ ମୁକ୍ତି ମିଳନ୍ତା ବୋଲି ଗ୍ରାମର ଲକୀ କଞ୍ଜକା, ରାଇସେନା କଞ୍ଜକା, ଲଷ୍ମୀଧର ପ୍ରମୁଖ କହିଛନ୍ତି। ଏନେଇ ସିକରପାଇ ସରପଞ୍ଚ ଅମ୍ବିକା ସରକଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଖବର ଜାଣି ନଥିଲି ବାରମ୍ବାର ବିଡିଓ ବଦଳି ଓ ପୂର୍ବତନ ସରପଞ୍ଚ ଏ ବିଷୟରେ ଅବଗତ କରାଇନଥିବାରୁ ଏଭଳି ହୋଇଥିବା ସ୍ୱୀକାର କରିଛନ୍ତି। ତେଣୁ କାଗଜ ପତ୍ର ଦେଖି କିପରି ଶୀଘ୍ର ଟଙ୍କା କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।

